20.1 C
Bhubaneswar
Monday, January 19, 2026
Homeଓଡିଶାଆହୁରି ୨ ଘଣ୍ଟା ଚାଲିବ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଆହୁରି ୨ ଘଣ୍ଟା ଚାଲିବ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ଵର : ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆହୁରି ୨ ଘଣ୍ଟା ଚାଲିବ। ଆହୁରି ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରକୋପ ରହିବ। ବାତ୍ୟା ଦାନା ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ସ୍ଥଳଭାଗରେ ଘଣ୍ଟାପ୍ରତି ୧୦ କିମି ବେଗରେ ଅତିକ୍ରମ କରୁଛି। ଧୀରେଧୀରେ ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି। ବାତ୍ୟା ଗୁରୁବାର ରାତି ପ୍ରାୟ ୧୨ଟା ୫ ମିନିଟ୍‌ରେ ଭିତରକନିକା ଓ ଧାମରା ପାଖରେ ମାଡ଼ ହୋଇଛି।

ବାତ୍ୟା ପ୍ରଭାବରେ ପ୍ରଚଣ୍ଡ ପବନ ସହ ବର୍ଷା ଲାଗି ରହିଛି। ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ତାଣ୍ଡବ ରଚିଛି। ସମ୍ଭାବ୍ୟ ଗତିପଥ ଅନୁଯାୟୀ, ବାତ୍ୟା କେନ୍ଦ୍ରାପଡ଼ା ପରେ ଭଦ୍ରକ ଦେଇ କେନ୍ଦୁଝର ଆଡ଼କୁ ମୁହାଁଇବ । ଶୁକ୍ରବାର ଦିନ ସାଢ଼େ ୧୧ଟା ବେଳକୁ ଚାନ୍ଦବାଲି ଦେଇ କେନ୍ଦୁଝରର ହାଟଡିହି ପାଖରେ ପହଞ୍ଚିବ । ସେଠାରେ ପହଞ୍ଚିବା ବେଳକୁ ‘ଦାନା’ ଦୁର୍ବଳ ହୋଇ ବାତ୍ୟା ଅବସ୍ଥାକୁ ଖସି ଆସିଥିବ । ଶୁକ୍ରବାର ରାତି ସାଢ଼େ ୧୧ଟା ବେଳକୁ ହାଟଡିହିରୁ ଯାଜପୁରର ଦୈତାରୀ ଖଣି ଉପର ଦେଇ ତେଲକୋଇ ଆଡ଼କୁ ଯାଇପାରେ । ସେଠାରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତ ଅବସ୍ଥାକୁ ଖସିପାରେ । ପବନ ବେଗ କମିଲେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking