28.1 C
Bhubaneswar
Thursday, October 17, 2024
Homeଓଡିଶାଅତି ଭୀଷଣ ରୂପ ନେଇପାରେ ବାତ୍ୟା!

ଅତି ଭୀଷଣ ରୂପ ନେଇପାରେ ବାତ୍ୟା!

ଭୁବନେଶ୍ୱର: ଛୋଟ ନୁହେଁ, ବଡ଼ ବାତ୍ୟା ଆସୁଛି । ପବନର ଝଟ୍‌କା ଘଣ୍ଟାକୁ ୧୨୦ରୁ ୧୬୦କିମି ଯାଏ ରହିପାରେ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ସମୁଦ୍ରରୁ ବଳ ଗୋଟାଇବ । ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଗ୍ଲୋବାଲ ଫୋରକାଷ୍ଟ୍‌ ସିଷ୍ଟମ (ଜିଏଫଏସ୍‌) ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ସୃଷ୍ଟିକୁ ନେଇ କୌଣସି ପୂର୍ବାନୁମାନ କରିନି । ଜିଏଫଏସ୍‌ ମଡେଲ ବୁଧବାର ସାନି ପୂର୍ବାନୁମାନ କରି ଦର୍ଶାଇଛି, ୨୩ ତାରିଖ ବେଳକୁ ବାତ୍ୟା ଅତି ଭୀଷଣ (ଭେରି ସିଭିଅର) ରୂପ ନେଇ ସାରିଥିବ । ସେବେ ଏହା ଓଡ଼ିଶା ଉପକୂଳଠାରୁ କିଛି ଦୂରରେ ଥିବ । ୨୪ ତାରିଖ ବେଳକୁ ଭଦ୍ରକ ଓ ବାଲେଶ୍ୱର ପାଖରେ ଘଷି ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯିବ । ବାଲେଶ୍ୱର ପାଖ ଦେଇ ଅତିକ୍ରମ କରିବା ବେଳେ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ଚାପ (ପ୍ରେସର) ୯୪୪ ମିଲିବାର୍‌ ଥିବ । ଏହି ଚାପ ୯୫୪ ମିଲିବାର୍‌ ଯାଏ ଯାଇପାରେ । ଏହି ଚାପକୁ ହିସାବକୁ ନେଇ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ମାପିଲେ ଏହା କାଟାଗୋରୀ-୩ ଅଧୀନରେ ଆସୁଛି । ଏହା ଅତି ଭୀଷଣ ବାତ୍ୟା ରୂପ ନେବ ବୋଲି ଜିଏଫଏସ୍‌ ମଡେଲ ଦର୍ଶାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking