32.1 C
Bhubaneswar
Wednesday, October 16, 2024
Homeଅପରାଧସୀମା ଟପିଲା ସାବତ ମାଆର ବର୍ବରତା : ୫ ବର୍ଷର ପୁଅକୁ ପଥରରେ ବାନ୍ଧି କୂଅକୁ...

ସୀମା ଟପିଲା ସାବତ ମାଆର ବର୍ବରତା : ୫ ବର୍ଷର ପୁଅକୁ ପଥରରେ ବାନ୍ଧି କୂଅକୁ ଫିଙ୍ଗିଦେଲା

ସୁନ୍ଦରଗଡ: ସୀମା ଟପିଲା ସାବତ ମାଆର ବର୍ବରତା । ପୁଅକୁ ପଥରରେ ବାନ୍ଧି କୂଅରେ ପକାଇଦେଲା ସାବତ ମାଆ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଜଲଦାସି ବ୍ଲକ ଗାଁରେ ଘଟିଛି ନିର୍ମମ ହତ୍ଯାକାଣ୍ଡ । ସାବତ ମାଆ ୫ ବର୍ଷର ପୁଅକୁ ହତ୍ଯା କରିଥିବା ଅଭିଯୋଗ ହୋଇଛି। ହତ୍ଯା କରିବା ପରେ ପୁଅର ନିଖୋଜ ନାଟକ ରଚିଥିଲା ସାବତ ମାଆ । ଗତ ୧୨ ତାରିଖରେ ପୁଅ ନିଖୋଜ ହୋଇଯାଇଥିବା ନେଇ ରଘୁନାଥପାଲି ଥାନାରେ ସାବତ ମାଆ ନାଉରୀ ଗୁଡ଼ିଆ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । କୂଅରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ପଚରାଉଚୁରା କରିବା ପରେ ସତ ମାନିଥିଲା ଅଭିଯୁକ୍ତ । ପଥରରେ ବାନ୍ଧି ପୁଅକୁ କୂଅରେ ପକାଇ ହତ୍ଯା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ପୋଲିସ ସାବତ ମାଆକୁ ଗିରଫ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking