ଭୁବନେଶ୍ୱର : ରହିତାଦେଶ ଉଠିଲେ ଚଢିବ ବୁଲଡୋଜର । ରାଜସ୍ୱ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ରହିଛି । କହିଛନ୍ତି, ସରକାରୀ ଜମି ଜବରଦଖଲ କରିଥିଲେ ହେବ କାର୍ଯ୍ୟନୁଷ୍ଠାନ । କିଛି ଜବରଦଖଲ କରିଛନ୍ତି ଅଟ୍ଟାଳିକା । ହାଇକୋର୍ଟ ରହିତାଦେଶ ଉଠିଲେ ଚଢିବ ବୁଲଡୋଜର । ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କାଘର ଦିଆଯିବ । ଏ ସରକାର ସମୟରେ ଜଣେ ବି ଭୂମିହୀନ ରହିବେନି । ୭୦ ପ୍ରତିଶତ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ । ଡିସେମ୍ବର ସୁଦ୍ଧଆ ସବୁ ସ୍କୁଲକୁ ଜମି ଯୋଗାଇ ଦିଆଯିବ ।