17.1 C
Bhubaneswar
Friday, February 6, 2026
Homeଓଡିଶାକୁହୁଡି ବଳୟରେ ରାଜ୍ୟ  

କୁହୁଡି ବଳୟରେ ରାଜ୍ୟ  

ଭୁବନେଶ୍ୱର: ପଶ୍ଚିମା ଝଡ ଅପସାରଣ ପରେ ତଳମୁହାଁ ହୋଇଛି ରାତି ତାପମାତ୍ରା । ରାଜ୍ୟର ଅନେକ ସ୍ଥାନରେ କମିଲା ରାତି ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। କଟକ-ଭୁବନେଶ୍ବର ସମେତ ଅନେକ ଜିଲ୍ଲାରେ କୁହୁଡି ଅନୁଭୂତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗଳ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଆଦି ଜିଲ୍ଲାରେ କୁହୁଡି ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇଛି । ରାଉରକେଲା ୮ ଡିଗ୍ରୀ, ଝାରସୁଗୁଡାରେ ୮ ଡିଗ୍ରୀ, ଫୁଲବାଣୀ ୯.୫ ଡିଗ୍ରୀ, ସୁନ୍ଦରଗଡ ୯.୮ ଡିଗ୍ରୀ, କେନ୍ଦୁଝର ୧୧.୨ ଡିଗ୍ରୀ, ସମ୍ବଲପୁର ୧୩.୩ ଡିଗ୍ରୀ, ଭବାନୀପାଟଣା ୧୩.୪ ଡିଗ୍ରୀ, କୋରାପୁଟ ୧୩.୫ ଡିଗ୍ରୀ, ହୀରାକୁଦ ୧୪.୧ ଡିଗ୍ରୀ, ବାଲେଶ୍ୱର ୧୪.୮ ଡିଗ୍ରୀ, କଟକ ୧୭ ଡିଗ୍ରୀ, ଚାନ୍ଦବାଲି ୧୭.୬ ଡିଗ୍ରୀ, ଭୁବନେଶ୍ୱର ୧୮.୬ ଡିଗ୍ରୀ ରେକର୍ଡ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking