26.1 C
Bhubaneswar
Thursday, December 18, 2025
Homeଓଡିଶାକନ୍ଧମାଳ ଆଦିବାସୀ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଧେଶ ଦେଲେ ରାଜ୍ୟ ମାନବାଧିକାର...

କନ୍ଧମାଳ ଆଦିବାସୀ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଧେଶ ଦେଲେ ରାଜ୍ୟ ମାନବାଧିକାର କମିଶନ

ବ୍ୟୁରୋ : ଡବଲ ଇଞ୍ଜିନ ସରକାର ଅମଳରେ ବିକାଶ ତେଜିଆନ ହୋଇ ଦୌଡୁଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଆଦିବାସୀ ମା ଭଉଣୀମାନେ ଭୋକ ବିକଳରେ ବିଷାକ୍ତ ଅଖାଦ୍ୟ ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିବା ଅତ୍ୟନ୍ତ ଦୁଃଖଦ ଘଟଣା କୁ ଗୁରୁତର ସହିତ ନେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ  ା   ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ପ୍ରଦୀପ୍ତ ନାୟକ ଦ୍ୱାରା ଆବେଦନ କରାଯାଇଥିବା ଅଭିଯୋଗ ପତ୍ର ସମେତ ତିନୋଟି ଅଭିଯୋଗ କୁ ତ୍ୱରିତ ବିଚାର କରିବାକୁ ଗ୍ରହଣ କରି ଆୟୋଗ ଙ୍କ ଅଧକ୍ଷ ମାନ୍ୟବର ନ୍ୟାୟମୁର୍ତ୍ତି ଶ୍ରୀ ଶତ୍ରୁଘ୍ନ ପୂଜାରୀ ରାଜ୍ୟ ସରକାର ଙ୍କୁ ଚାରି ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।   ଆଜି ଶ୍ରୀଯୁକ୍ତ ମାନ୍ୟବର ଆୟୋଗ ଙ୍କ ପୀଠରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଉପରୋକ୍ତ ଘଟଣାର ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ସହିତ କ୍ଷୁଦ୍ଧାରେ ପୀଡିତ ଆଦିବାସୀ ମାନଙ୍କୁ ଉତ୍କୃଷ୍ଟ ଚିକିତ୍ସା ଓ ମାଗଣା ପୃଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ ନିମନ୍ତେ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଧେଶ ଦେବାକୁ ନିଜ ପକ୍ଷ ରଖିଥିଲେ  ା   ଗତ ଏକ ତାରିଖ ଦିନ ଧରିତ୍ରୀ ଖବର କାଗଜ ସମେତ ଅନ୍ୟାନ୍ୟ ସମସ୍ତ ଦୈନିକ କାଗଜରେ ଉକ୍ତ ଘଟଣା ପ୍ରକାଶ ପାଇବା ପରେ ସରକାରଙ୍କ ଅପାରଗତା ଜଣାପଡିଲା  ା  ରାସନ କାର୍ଡ ନବୀକରଣ ନିମନ୍ତେ ନିରୀହ ଲୋକମାନଙ୍କୁ ପୁଣି ଥରେ ଆଧାର ସଂଯୋଗ ନାମରେ ରାସନ ଦୋକାନି ଡିଲର ଚାଉଳ ଦେବା ଗତ ତିନି ମାସ ହେଲା ବନ୍ଦ କରିଛି  ା  ଗରିବ ଆଦିବାସୀ ଖଟିଖିଆ ମାନେ ବଂଚିବା ପାଇଁ ମାସକୁ ୧୫ କିଲୋ ଚାଉଳ ଆବଶ୍ୟକ କରୁଥିବା ବେଳେ ପାଞ୍ଚ କିଲୋ ଚାଉଳ ଦଶ ଦିନ ଯାଉଛି  ା   ପରିବାର ଚଳାଇବା ନିମନ୍ତେ ସରକାରୀ କିମ୍ବା ଘରୋଇ କାମ ଧନ୍ଦା ମିଳୁନାହିଁ  ା  ଲୋକେ ଅବଶିଷ୍ଠ ୨୦ ଦିନ ପେଟ ପୁରାଇବାକୁ ବଣ ଜଙ୍ଗଲ ର ଫଳ ମୂଳ କନ୍ଦା, ଆମ୍ବ ଟାକୁଆ, କଇଁଆ ମଞ୍ଜି ବିଭିନ୍ନ ପତ୍ର ଲଟିର ଶାଗ ଭଳି ଅଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି  ା   ଲୋକ ମାନେ ମିଡ଼ିଆ ଆଗରେ ଖୋଲାଖୋଲି ଏହା କହୁଛନ୍ତି  ା   ସରକାରୀ ବାବୁ ଏବଂ ଖୋଦ ଉପମୁଖ୍ୟ ମନ୍ତୀ ଶ୍ରୀମତୀ ପ୍ରଭାତୀ ପରିଡା ଏହା ଆଦିବାସୀଙ୍କ ପୁଷ୍ଟିକର ଖାଦ୍ୟ ବୋଲି କହିବା ସମ୍ପୂର୍ଣ ବେଖାତିର ଓ ହାସ୍ୟାସ୍ପଦ କଥା  ା  ସେହିପରି ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୋଦାମ ରେ ପ୍ରଚୁର ଚାଉଳ ମହଜୁଦ ରହିଥିବା କହିବା ମଧ୍ୟ ଭୁଭୁକ୍ଷିତ ଙ୍କ ପ୍ରତି ଉପହାସ ସଦୃଶ  ା   ଲୋକତ ଭୋକରେ ପଡି ଅଖାଦ୍ୟ ଖାଇ ମରୁଛନ୍ତି ଯେତେ ଚାଉଳ ମହଜୁଦ ଥିଲେ ଦରିଦ୍ର କି ଯାଏ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି  ା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking