31.1 C
Bhubaneswar
Monday, February 16, 2026
Homeଓଡିଶାରାଜ୍ୟରେ ଉପରମୁହାଁ ହୋଇଛି ପାରଦ

ରାଜ୍ୟରେ ଉପରମୁହାଁ ହୋଇଛି ପାରଦ

ଭୁବନେଶ୍ୱର: ଉପକୂଳ ଓଡିଶାରେ ପାରଦ ଉପରମୁହାଁ ହୋଇଛି । ପଶ୍ଚିମ ଓଡିଶାରେ ବି ତାପମାତ୍ରା ୧୫ ଡିଗ୍ରୀ ରହୁଛି । ତେବେ ରାତି ତାପମାତ୍ରା ଆହୁରି ବଢିବ । ଆସନ୍ତା ୩ ଦିନରେ ପାରଦ ୨ ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ । ସୋମବାର ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ । ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ଡିଗ୍ରୀ ରହିପାରେ । କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ।  ସେପଟେ ଦିନ ତାପମାତ୍ରା ବି ଉପରମୁହାଁ ହେଉଛି । ଝାରସୁଗୁଡ଼ାରେ ସର୍ବାଧିକ ୩୬ ଡିଗ୍ରୀ ରେକର୍ଡ ହୋଇଥିଲା । ସମ୍ବଲପୁରରେ ୩୪.୫ ଡିଗ୍ରୀ, ଭୁବନେଶ୍ୱର ଓ ପାରଳାଖେମୁଣ୍ଡିରେ ୩୩.୬ ଡିଗ୍ରୀ ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking