26.1 C
Bhubaneswar
Sunday, October 6, 2024
Homeଓଡିଶାସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସରକାରୀ ସ୍କୁଲରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ାଇବା ଲାଗି ରାଜ୍ୟ ସରକାର ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଯେଉଁଥିରେ ପିଲାମାନେ ସ୍କୁଲ ଯିବା ଲାଗି ଅର୍ଥ ପ୍ରଦାନ କରାଯିବ । ରାଜ୍ୟର ୩୦ ଜିଲ୍ଲାର ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ବୋଲି ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂରରେ ଥିବାରୁ ଛାତ୍ରଛାତ୍ରୀମାନେ ଅଧାରେ ପାଠପଢା ଛାଡ଼ିଦିଅନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯଦି ୧ କିଲୋମିଟରରୁ ଅଧିକ ଯିବାକୁ ପଡ଼ୁଥିବ ତେବେ ସେହି ଛାତ୍ରଛାତ୍ରୀ ଅର୍ଥରାଶି ପାଇବେ । ସେହିପରି ଉଚ୍ଚ ପ୍ରାଥମିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ୩ କିଲୋମିଟର ଓ ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ୫ କିଲୋମିଟରରୁ ଅଧିକ ଦୂରତାର ବିଦ୍ୟାଳୟ ଯାଉଥିଲେ ସରକାର ବହନ କରିବେ ଯାତାୟତ ଖର୍ଚ୍ଚ । ଏହି ବାବଦକୁ ବର୍ଷକୁ ଜଣେ ଛାତ୍ର ୬ ହଜାର ଟଙ୍କା ପାଇବେ । ବିଦ୍ୟାଳୟରେ ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ହେଲେ ଏହି ଅର୍ଥରାଶି ପାଇବାକୁ ଛାତ୍ରଛାତ୍ରୀ ଯୋଗ୍ୟ ହେବେ ବୋଲି ଜଣାପଡିଛି ।
ଜିଲ୍ଲା ୱାରୀ ରିପୋର୍ଟ ଅନୁସାରେ, ଅନୁଗୁଳରେ ପ୍ରାଥମିକ, ଉଚ୍ଚପ୍ରାଥମିକ ଏବଂ ମାଧ୍ୟମିକକ ସ୍କୁଲ ସଂଖ୍ୟା ୭୧୮ଟି ଥିବା ବେଳେ ଯାତାୟତ ଖର୍ଚ୍ଚ ବାବଦରେ ଖର୍ଚ୍ଚ ହେବ ୪୩.୦୮ଲକ୍ଷ ଟଙ୍କା । ସେହିପରି ବାଲେଶ୍ୱରରେ ୧୫୫ ସ୍କୁଲ ଲାଗି ୯.୩ ଲକ୍ଷ, ବରଗଡରେ ୧୮୭୨ଟି ସ୍କୁଲ ଲାଗି ୧୧୨.୩୨ଲକ୍ଷ, ଭଦ୍ରକରେ ୮୯୧ଟି ସ୍କୁଲ ଲାଗି ୫୩.୪୬ଲକ୍ଷ, ବଲାଙ୍ଗିରରେ ୧୫୬୯ ସ୍କୁଲ ଲାଗି ୯୪.୧୪ଲକ୍ଷ, କଟକରେ ୪୨୨ ସ୍କୁଲ ଲାଗି ୨୫.୩୨ଲକ୍ଷ, ଦେବଗଡରେ ୨୦୪୭ଟି ସ୍କୁଲ ଲାଗି ୧୨୨.୮୨ଲକ୍ଷ, ଢ଼େଙ୍କାନାଳରେ ୧୧୩୩ଟି ସ୍କୁଲ ଲାଗି ୬୭.୯୮ଲକ୍ଷ, ଗଜପତିରେ ୧୭୫୯ ସ୍କୁଲ ଲାଗି ୧୦୫.୫୪ଲକ୍ଷ, ଜଗତସିଂପୁରରେ ୮୬୯ ସ୍କୁଲ ଲାଗି ୫୨.୧୪ଲକ୍ଷ, ଯାଜପୁରରେ ୧୮୫ ସ୍କୁଲ ଲାଗି ୧୧.୧ଲକ୍ଷ, ଝାରସୁଗୁଡାରେ ୧୦୫୮ ସ୍କୁଲ ଲାଗି ୬୩.୪୮ଲକ୍ଷ, କଳାହାଣ୍ଡିରେ ୧୧୨ ସ୍କୁଲ ଲାଗି ୬.୭୨ଲକ୍ଷ, କନ୍ଧମାଳରେ ୧୫୬୫ ସ୍କୁଲ ଲାଗି ୯୩.୯ଲକ୍ଷ, କେନ୍ଦୁଝରରେ ୪୮୬ ସ୍କୁଲ ଲାଗି ୨୯.୧୬ ଲକ୍ଷ, ଖୋର୍ଦ୍ଦାରେ ୨୦୦ ସ୍କୁଲ ଲାଗି ୧୨ଲକ୍ଷ, କୋରାପୁଟରେ ୨୬୩୪ଟି ସ୍କୁଲ ଲାଗି ୧୫୮.୦୪ଲକ୍ଷ, ମାଲକାନଗିରିରେ ୯୩୫ ସ୍କୁଲ ଲାଗି ୫୬.୧ଲକ୍ଷ, ମୟୁରଭଞ୍ଜରେ ୧୮୫୨ ସ୍କୁଲ ଲାଗି ୧୧୧.୧୨ଲକ୍ଷ, ନବରଙ୍ଗପୁରରେ ୮୭୨ ସ୍କୁଲ ଲାଗି ୫୨.୩୨ଲକ୍ଷ, ନୟାଗଡରେ ୨୫୦୭ ସ୍କୁଲ ଲାଗି ୧୫୦.୪୨ଲକ୍ଷ, ନୂଆପଡାରେ ୧୫୦୨ସ୍କୁଲ ଲାଗି ୯୦.୧୨ଲକ୍ଷ, ପୁରୀରେ ୨୭୫ ସ୍କୁଲ ଲାଗି ୧୬.୫ଲକ୍ଷ, ରାୟଗଡାରେ ୮୧୬ ସ୍କୁଲ ଲାଗି ୪୮.୯୬ଲକ୍ଷ, ସମ୍ବଲପୁରରେ ୧୩୮୬ ସ୍କୁଲ ଲାଗି ୮୩.୧୬ଲକ୍ଷ, ସୋନପୁରରେ ୪୫୫ ସ୍କୁଲ ଲାଗି ୨୭.୩ଲକ୍ଷ ଏବଂ ସୁନ୍ଦରଗଡ଼ରେ ୧୨୫୦ ସ୍କୁଲ ଲାଗି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking