24.5 C
Bhubaneswar
Thursday, January 16, 2025
Homeଓଡିଶାପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କଟକ (ରାସ୍ତା ଓ ଗୃହନିର୍ମାଣ) ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଅଛି । ୧୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ର ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରଥଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତା ୦୬. ୦୮. ୨୦୨୪ ରେ ଗିରଫ କରାଯାଇଥିଲା । ସେହିଦିନ ମାନ୍ୟବର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ଅଦାଲତଙ୍କ ଆଦେଶମତେ ତାଙ୍କୁ ତା ୧୭.୦୮.୨୦୨୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦୁର୍ନୀତି ମାମଲାର ତଦନ୍ତ ଜାରି ଥିବାରୁ ଏବଂ ଶ୍ରୀ ରଥ ୪୮ ଘଣ୍ଟାରୁ ଅଧିକ ନ୍ୟାୟିକ କାରାବାସରେ ରହିଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପୂର୍ତ୍ତ ବିଭାଗ ତରଫରୁ ଶ୍ରୀ ରଥଙ୍କ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅନ୍ୟପକ୍ଷରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଯନ୍ତ୍ରୀମୁଖ୍ୟ (ସିଭିଲ୍‌), ଭୁବନେଶ୍ୱରଙ୍କ କାର୍ଯ୍ୟାଳୟକୁ ଶ୍ରୀରଥଙ୍କ ସଦର ମହକୁମା ସ୍ଥିର କରାଯାଇଛି । ନିଲମ୍ବନ ଅବଧିରେ ସେ ଯନ୍ତ୍ରୀମୁଖ୍ୟ (ସିଭିଲ୍‌), ଭୁବନେଶ୍ୱରଙ୍କ ପ୍ରାକ ଅନୁମତି ବିନା ସଦର ମହକୁମା ଛାଡ଼ିପାରିବେ ନାହିଁ ବୋଲି ଆଦେଶରେ ଉଲ୍ଲେଖ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଅଧିକ କଡ଼ାକଡ଼ି ଭାବେ ଆପଣେଇଛନ୍ତି । ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତି ଯେତେ ବଡ଼ ଅଧିକାରୀ ହୋଇଥାନ୍ତୁ ପଛେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking