29.1 C
Bhubaneswar
Tuesday, October 22, 2024
Homeଓଡିଶାସମ୍ଭାବ୍ୟ ବାତ୍ୟା 'ଦାନା' ପାଇଁ ଏନଡିଆରଏଫ ଟିମ ମାଗିଲେ ରାଜ୍ୟ ସରକାର

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଏନଡିଆରଏଫ ଟିମ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର : ବାତ୍ୟାର ମୁକାବିଲା ପାଇଁ  ଅଧିକ ଏନଡିଆରଏଫ ଟିମ ମାଗିଲେ  ରାଜ୍ୟ ସରକାର  ।  ଅତିରିକ୍ତ ୧୦  ଏନଡିଆରଏଫ ଟିମ ପଠାଇବାକୁ  କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ  ରାଜ୍ୟ ସରକାର । ଟିମ ମୁତୟମ ଆଇନ ଶୃଙ୍ଖଳା  ଏଡିଜିଙ୍କୁ  ଚିଠି ଲେଖି  ଅବଗତ କରିଛନ୍ତି  ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର  ପଦ୍ମନାଭ ବେହେରା ।  ରାଜ୍ୟରେ ବାତ୍ୟା ଦାନାର  ମୁକାବିଲା ଲାଗି ରାଜ୍‌ୟ  ବାହାରେ  ଏନଡିଆରଏଫ ଟିମ ମୁତୟନ  କରିବାକୁ ମଧ୍‌. ନିବେଦନ କରାଯାଇଛି । ଏଣୁ ସରକାରଙ୍କ ପକ୍ଷରୁ  କୁହାଯାଇଛି ଯେ  ବାତ୍ୟା ଦାନାର ମୁକାବିଲା ପାଇଁ  ୧୦ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ  ନିୟୋଜିତ  ହେବେ ୧୭ ଓଡ୍ରାଫ ଟିମ । ଏଥିରୁ ଗଞ୍ଜାମରେ ୧ଟିମ , ପୁରୀରେ ୨ଟି ଟିମ , ଜଗତସିଂହପୁରରେ ୨ଟି ଟିମ , କେନ୍ଦ୍ରାପଡାରେ ୨ଟି ଟିମ , କଟକରେ ୧ଟି ଟିମ , ଖୋର୍ଦ୍ଦାରେ ୨ଟି ଟିମ , ଯାଜପୁରରେ ୧ଟି ଟିମ , ଭଦ୍ରକରେ ୨ଟି ଟିମ , ବାଲେଶ୍ୱରରେ ୨ଟି ଟିମ ଓ ମୟୁରଭଞ୍ଜରେ ୨ଟି ଟିମ ନିୟୋଜିତ ଗୋଇଛନ୍ତି ।  ଏହାଛଡା କଟକର  ଓଏସଏପି  ବାଟାଲିଅନର ଟିମ   ମଧ୍ୟ ନିୟୋଜିତ ହେବେ। ତେଣୁ ୩ ଓଡ୍ରାଫ ଟିମ ରିଜର୍ଭ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking