26.1 C
Bhubaneswar
Monday, October 21, 2024
Homeଓଡିଶାଓଡିଶା ମୁହାଁ ବାତ୍ୟା ‘ଦାନା’: ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଓଡିଶା ମୁହାଁ ବାତ୍ୟା ‘ଦାନା’: ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆସୁଛି ବାତ୍ୟା, ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର । ବାତ୍ୟା ଦାନାକୁ ଆଖି ଆଗରେ ରଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ବାତ୍ୟା ଆସିବାକୁ ଅଛି । ଯେଉଁଥିରେ କି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିପାରେ । ଏହାକୁ ଆଖି ଆଗରେ ରଖି ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକରେ ମଧ୍ୟ ସ୍କୁଲ ବନ୍ଦ ରହିବ । ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking