18.1 C
Bhubaneswar
Sunday, February 8, 2026
Homeଓଡିଶାହିନ୍ଦୁ ଧର୍ମରେ ସିନ୍ଦୂରର ବିଶେଷ ମହତ୍ତ୍ୱ

ହିନ୍ଦୁ ଧର୍ମରେ ସିନ୍ଦୂରର ବିଶେଷ ମହତ୍ତ୍ୱ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ସିନ୍ଦୂରର ବିଶେଷ ମହତ୍ତ୍ୱ ଅଛି। ଷୋଳ ଶୃଙ୍ଗାର ମଧ୍ୟରେ ସିନ୍ଦୂର ଅନ୍ୟତମ। ସିନ୍ଦୂର ସଧବାଙ୍କ ଭୂଷଣ। ଏହା ସର୍ମପଣର ଭାବ, ଭକ୍ତିର ଚିହ୍ନ ଏବଂ ଶୌର୍ଯ୍ୟର ଗାଥା ବହନ କରିଛି। ହିନ୍ଦୁ ସଂସ୍କୃତିରେ ଏହା ବିବାହିତ ମହିଳାଙ୍କ ପାଇଁ ପବିତ୍ର ବୋଲି ବିବେଚନା କରାଯାଏ। ଯେତେବେଳେ କୌଣସି ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି, ସ୍ବାମୀ ତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଥାନ୍ତି। ଏହି ପରମ୍ପରା ହିନ୍ଦୁ ବିବାହ ସଂସ୍କାରର ଗୁରୁତ୍ବପୂର୍ଣ୍ଣ ଅଂଶ। ସ୍ବାମୀଙ୍କ ଦୀର୍ଘ ଆୟୁ ଏବଂ ସୁଖଦ ବୈବାହିକ ଜୀବନର କାମନା କରି ସ୍ତ୍ରୀଟିଏ ସ୍ବାମୀ ନାଁରେ ମଥାରେ ସିନ୍ଦୂର ପିଦ୍ଧିଥାଏ। ଜଣେ ବିବାହିତା ପାଇଁ ଏହା ସାମାଜିକ ସମ୍ମାନ ଏବଂ ଅଧିକାରର ପ୍ରତୀକ। ତେବେ ଏହା କେବଳ ଏକ ଶୃଙ୍ଗାର ନୁହେଁ, ବରଂ ଜଣେ ମହିଳାଙ୍କ ଅସ୍ତିତ୍ବ ଓ ସମ୍ମାନର ପ୍ରତିନିଧିତ୍ବ କରିଥାଏ।

ସିନ୍ଦୂର ପ୍ରେମ, ସମର୍ପଣ ଏବଂ ସୌଭାଗ୍ୟର ପ୍ରତୀକ। ଯାହାକୁ କାହିଁ କେଉଁ କାଳରୁ ଭାରତୀୟ ମହିଳାମାନେ ଧାରଣ କରି ଆସୁଛନ୍ତି। ଏହାକୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପ୍ରେମର ପ୍ରତୀକ ଭାବେ ବିବେଚନା କରାଯାଏ। ସିନ୍ଦୁର ମଥାର ଆଜ୍ଞା ଚକ୍ର ମଝିରେ ଲଗାଯାଏ। ଏହି ଚକ୍ର ମସ୍ତିଷ୍କକୁ ଶାନ୍ତ ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ। କୁହାଯାଏ, ସିନ୍ଦୂର ନାଇବା ଦ୍ବାରା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଏ। ସ୍ବାମୀଙ୍କ ଉପରୁ ବିପଦ ଦୂର ହୁଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ। ମଥାରେ ସଧବା ନାରୀ ସିନ୍ଦୂର ନାଇବା ଦ୍ବାରା ବୈବାହିକ ଜୀବନରେ ସ୍ଥିରତା ଆସିଥାଏ। ଅନ୍ୟପକ୍ଷରେ ଆୟୁର୍ବେଦରେ ସିନ୍ଦୂର ସ୍ବାସ୍ଥ୍ୟ ପାଇଁ ଉତ୍ତମ ବୋଲି କୁହାଯାଇଛି। କୁହାଯାଏ, ଏହା ରକ୍ତ ସଞ୍ଚାର ବୃଦ୍ଧିରେ ସାହାଯ୍ୟ କରେ। ମହିଳାଙ୍କ ଭିତରେ ଶକ୍ତି ଆଣେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking