26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମା’ ହୋଟେଲ ରୁମରେ ଶୋଇଥିବା ବେଳେ ଜୀବନ ହାରିଲା ପୁଅ

ମା’ ହୋଟେଲ ରୁମରେ ଶୋଇଥିବା ବେଳେ ଜୀବନ ହାରିଲା ପୁଅ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାଣସୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମା’ ହୋଟେଲ ରୁମରେ ଶୋଇଥିବା ବେଳେ ପୁଅ ଉକ୍ତ କୋଠରି ଭିତରେ ଜୀବନ ହାରି ଦେଇଥିବା ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଏକ ସୁଇସାଇଡ଼ ନୋଟ ଜବତ କରିଛି । ସୂଚନା ଅନୁଯାୟୀ, ବାରାଣସୀର ଭେଲୁପୁର ଥାନା ନିକଟରେ ଥିବା ଶ୍ରୀହରି କୃପା ରେସିଡେନ୍ସି ହୋଟେଲରେ ଦିଲ୍ଲୀର ପହାଡଗଞ୍ଜର ମୁଲତାନି ଦଙ୍ଗ ଅଞ୍ଚଳରେ ବସବାସ କରୁଥିବା ସାହିଲ ମଲିକ(୨୫) ତାଙ୍କ ମା’ ପ୍ରେରଣା ମଲିକଙ୍କ ସହିତ ରୁମ ନମ୍ବର ୨୦୪ରେ ଥିଲେ ।

ପୁଲିସସୂତ୍ରରୁ ପ୍ରକାଶ, ଘଟଣାଦିନ ରାତିରେ ସାହିଲ ତାଙ୍କ ମା’ଙ୍କୁ ନିଦ ଔଷଧ ଦେଇଥିଲେ । ଏହାପରେ ପ୍ରେରଣାଙ୍କ ନିଦ ହୋଇଯାଇଥିଲା । ଆଖପାଖରେ କ’ଣ ଘଟୁଛି ସେ ସମ୍ପର୍କରେ କିଛି ଜାଣି ପାରି ନଥିଲେ । ତା’ପରଦିନ ସକାଳେ ଉଠିବା ପରେ ଆଖି ସାମ୍ନାରେ ପୁଅକୁ ଝୁଲୁଥିବା ଦେଖି ସ୍ତବ୍ଧ ହୋଇଯାଇଥିଲେ । ତୁରନ୍ତ ଫୋନ କରି ଘଟଣା ବିଷୟରେ ହୋଟେଲ ପରିଚାଳକଙ୍କୁ ଜଣାଇଥିଲେ । ଖବର ପାଇ ହୋଟେଲ ପରିଚାଳକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାହିଲଙ୍କ ମୃତଦେହ ଜବତ କରିବା ସହିତ ଘଟଣାସ୍ଥଳରୁ ଏକ ସୁଇସାଇଟ ନୋଟ ଜବତ କରିଥିଲେ । ଯେଉଁଥିରେ ଆର୍ôଥକ ସଙ୍କଟ ଓ ଋଣ ଭାର ହେତୁ ସାହିଲ ଜୀବନ ହାରିଥିବା ଉଲ୍ଲେଖ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking