23.1 C
Bhubaneswar
Sunday, February 15, 2026
Homeଅପରାଧଇଟାରେ ‌ଛେଚି ମା’କୁ ହତ୍ୟା କଲା ପୁଅ

ଇଟାରେ ‌ଛେଚି ମା’କୁ ହତ୍ୟା କଲା ପୁଅ

ଝାରସୁଗୁଡ଼ା : ଟଙ୍କା କେଇଟା ପାଇଁ ପୁଅ ସାଜିଲା ଦାନବ। ନିଜେ ନଖାଇ ପେଟକୁ ଦାନା ଯୋଗାଇଥିବା ମା’ର ସବୁ ବଳିଦାନକୁ ଭୁଲିଗଲା ପୁଅ। ଶେଷରେ ଇଟାରେ ‌ଛେଚି ମା’କୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲିମଡିହି ଗ୍ରାମରେ। ଏହି ଘଟଣାରେ ଭଗବତୀ ମିର୍ଦ୍ଧା(୬୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେଟେ, ଅଭିଯୁକ୍ତ ପୁଅ ଗଜାଧର ମିର୍ଦ୍ଧାକୁ ପୁଲିସ୍‌ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଇଟାକୁ ସାଇଣ୍ଟିଫିକ୍‌ ଟିମ୍‌ ଜବତ କରିଛି।

ପୁଲିସ୍‌ ସୂଚନା ଅନୁସାରେ, ଭଗବତୀଙ୍କର ୩ଟି ପୁଅ ଅଛନ୍ତି। ବଡ଼ ଓ ସାନ ପୁଅ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ମଝିଆଁ ପୁଅ ଗଜାଧର ନିଶାସକ୍ତ ଅବସ୍ଥାରେ ବୁଲୁଥିବାରୁ ଆଜିଯାଏ ତାର ବାହାଘର ବି କରାଯାଇନଥିଲା। ତେବେ ଗଜାଧର ସବୁ ଟଙ୍କା ମଦ ପିଇ ଉଡ଼ାଇ ଦେଉଥିବାରୁ ବାପା-ମା’ ତାଙ୍କ ନାମରେ କୌଣସି ଟଙ୍କା ରଖିନଥିଲେ। ସେପଟେ, ଧାନର ବୀମା ଟଙ୍କା ବି ବଡ଼ ଓ ସାନ ପୁଅଙ୍କ ନାମରେ ଆସୁଛି। ଗତକାଲି ଉକ୍ତ ବୀମା ଟଙ୍କା ଉଠାଇବା ପାଇଁ ଗଜାଧର ମା’ ଭଗବତୀଙ୍କୁ ଏଟିଏମ୍‌ କାର୍ଡ ମାଗିଥିଲା। କିନ୍ତୁ ଟଙ୍କା ନେଇ ସେ ମଦ ପିଇଦେବ ଭାବି ଭଗବତୀ ମଧ୍ୟ ସବୁଦିନ ଭଳି ଗତକାଲି କାର୍ଡ ଦେବାକୁ ମନା କରିଥିଲେ।

ଏହି ସମୟରେ ଘରେ କେବଳ ଭଗବତୀ ଓ ଗଜାଧର ହିଁ ରହିଥିଲେ। କାର୍ଡ ନମିଳିବାରୁ ଗଜାଧର ଉତ୍ତ୍ୟକ୍ତ ହୋଇ ମା’ ଭଗବତୀଙ୍କୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିବା ବେଳେ ମୁହଁ ଫାଟି ରକ୍ତ ବାହାରିଥିଲା। ଏହାପରେ ସେ ଏକ ଇଟାରେ ତାଙ୍କ ଛାତିକୁ ଆଘାତ କରିଥିଲା। ଏହି ଘଟଣାରେ ଭଗବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ସୂଚନା ପାଇ ପରିବାର ଲୋକେ ପହଞ୍ଚିବା ପରେ ମା’ ଭଗବତୀ ପଡ଼ିଯିବା ପରେ ଏଭଳି ଗୁରୁତର ହୋଇଯାଇଥିବା ନେଇ ଗଜାଧର କହିଥିଲା। ପରିବାର ଲୋକେ ବି ଏହାକୁ ସତ ଭାବି ଭଗବତୀଙ୍କୁ ପ୍ରଥମେ ଲଖନପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଗବତୀଙ୍କ ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking