30.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶମା’କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ରାନ୍ଧିକି ଖାଇଥିଲା ପୁଅ: ହାଇକୋର୍ଟ ଶୁଣାଇଲେ ଏହି...

ମା’କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ରାନ୍ଧିକି ଖାଇଥିଲା ପୁଅ: ହାଇକୋର୍ଟ ଶୁଣାଇଲେ ଏହି ରାୟ..

ମୁମ୍ବାଇ: ନିଜ ମା’କୁ ହତ୍ୟା କରି ମାଂସ ଖାଇବା ମାମଲାରେ ଅଭିଯୁକ୍ତ ପୁଅର ମୃତ୍ୟୁସଜାକୁ କାୟମ ରହିଛନ୍ତି ବମ୍ବେ ହାଇକୋର୍ଟ । ଏଭଳି ଏକ ମାମଲାକୁ କୋର୍ଟ ନରଭକ୍ଷଣ ମାମଲା ବୋଲି କହିଛନ୍ତି । ସୁନିଲ କୁଚକୋରଭି ନାମକ ଅପରାଧିକୁ କୋହ୍ଲାପୁରର ଜିଲ୍ଲା କୋର୍ଟ ୨୦୧୭ ରେ ମା’କୁ ଜଘନ୍ୟ ହତ୍ୟା କରିବା ଓ ତାଙ୍କ ଅଙ୍ଗକୁ କଥିତ ଭାବରେ ଖାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ସଜା ଶୁଣାଇବା ସହ କୋର୍ଟ କହିଥିଲେ, ଏହା ନରଭକ୍ଷଣ ମାମଲା । ଏହି ସଜାକୁ ବିରୋଧ କରି କୁଚକୋଭରି ହାଇକୋର୍ଟରେ ଅପିଲ କରିଥିଲା । ବମ୍ବେ ହାଇକୋର୍ଟର ଜଷ୍ଟିସ୍ ରେଭତି ମୋହିତ ଡେରେ ଓ ଜଷ୍ଟିସ୍ ପୃଥିରାଜ ଚହ୍ୱାଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

କୋର୍ଟ କହିଛନ୍ତି, ଏହି ମାମଲା ‘ଦୁର୍ଲଭରୁ ଦୁର୍ଲଭତମ ଅଟେ’ଯେଉଁଥିରେ ଦୋଷୀ ନିକଟରେ ସୁଧୁରିବାର କୌଣସି ସମ୍ଭାବନା ନାହିଁ । ତେଣୁ ତା’ର ମୃତ୍ୟୁ ଦଣ୍ଡକୁ କମ୍ କରିହେବନି । ମୃତ୍ୟୁଦଣ୍ଡକୁ କମ୍ କରି ଯଦି ଆଜୀବନ କରାଯାଏତେବେ କୋର୍ଟରେ ଶୁଣାଣି ବେଳେ ୭ ବର୍ଷ ପୂର୍ବେ ହୋଇଥିବା ଅପରାଧର ଭୟଙ୍କର କାହାଣୀ କୁହାଯାଇଥିଲା । ଏଥିରେ କୁହାଯାଇଥିଲା ଦୋଷୀ ସୁନିଲ ନା କେବଳ ନିଜ ୬୩ ବର୍ଷୀୟ ମା’ ୟଲ୍ଲାମା ରାମା କୁଚକୋରଭିଙ୍କ ହତ୍ୟା କରିଥିଲା, ତାହା ନୁହେଁ ତାଙ୍କର ମୃତଦେହକୁ ଖଣ୍ଡଖଣ୍ଡ କରି ଦେଇଥିଲା । ମା’ର ବ୍ରେନ୍‌, ହାର୍ଟ, ଲିଭର, କିଡନୀ ଓ ଅନ୍ତନଳୀକୁ ରୋଷେଇ କରି ସେ ଖାଇଥିଲା । ଅଭିଯୁକ୍ତକୁ ସେତେବେଳେ ଗିରଫ କରାଯାଇଥିଲା, ଯେତେବେଳେ ସେ ତା’ ମା’ର ହାର୍ଟକୁ ରୋଷଇ କରି ଖାଉଥିଲା । ସୁନିଲକୁ ମଦ ଖାଇବାକୁ ତା’ର ମା’ ଟଙ୍କା ଦେଇନଥିବାରୁ ସେ ରାଗି ଯାଇ ହତ୍ୟା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking