ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । କାଲିଠାରୁ ସ୍ଥିତି ସ୍ୱଭାବିକ ହେବ କହିଲେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । ସୁବର୍ଣ୍ଣରେଖା ସ୍ଥିତିରେ ସୁଧାର ଆସୁଛି । ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିବ । ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ଅଛି । ମରାମତି କାମ କାଲି କିମ୍ବା ପଅରଦିନ ଆରମ୍ଭ ହେବ । ବଂଶଧାରା, ନାଗାବଳୀ, କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି । ହୀରାକୁଦର ୪ ଗେଟ୍ ବନ୍ଦ କରାଯାଇ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ମୁଣ୍ଡଳିରେ ୩ ଲକ୍ଷ କ୍ୟୁସନ ଜଳ ପ୍ରବାହିତ ହେଉଛି । ଯେଉଁ ଲଘୁଚାପ ଆସୁଛି, ତା ଗତିବିଧି ବଦଳୁଛି । କାଣୀ ନଦୀରେ ଘାଇ ଯୋଗୁଁ ଯାଜପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି ।










