19.1 C
Bhubaneswar
Friday, December 19, 2025
Homeଓଡିଶାଛାତ୍ରୀଙ୍କ ପରିସ୍ଥିତି ଜଟିଳ : ମୁଖ୍ୟମନ୍ତ୍ରୀ

ଛାତ୍ରୀଙ୍କ ପରିସ୍ଥିତି ଜଟିଳ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ଭୁବନେଶ୍ୱରର ଏମ୍ସରେ ପହଞ୍ଚି ବାଲେଶ୍ୱରର ଗୁରୁତର ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ମଧ୍ୟ ଉପସ୍ଥିତ। ଭୁବନେଶ୍ୱର ଏମ୍ସରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ନିଜେ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଏମ୍ସ ଷ୍ଟାଣ୍ଡାର୍ଡର ଚିକିତ୍ସା ଯୋଗାଇ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ । ଆଗାମୀ ୨୪ ଘଣ୍ଟା ଛାତ୍ରୀ ଜଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଭିସିରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ବର୍ତ୍ତମାନ ଆହତ ଛାତ୍ରୀଙ୍କ ଅବସ୍ଥା ଜଟିଳ ରହିଛି, ସ୍ଥାନାନ୍ତର ସମ୍ଭବ ନୁହେଁ । ଯଦି ଆଗକୁ ସ୍ଥିତି ସ୍ୱଭାବିକ ହୁଏ ତାହେଲେ ଦିଲ୍ଲୀ ଏୟାରଲିଫ୍ଟ କରାଯିବ ।

ସୂଚନାଯୋଗ୍ୟ, ଅଧ୍ୟାପକଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ନ୍ୟାୟ ନ ମିଳିବାରୁ ବାଲେଶ୍ୱରର ସ୍ୱଂୟଶାସିତ ଫକୀର ମୋହନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଛାତ୍ରୀ ଶନିବାର ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୯୦% ଜଳିଯାଇଥିବା ସୂଚନା ରହିଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ପୋଡ଼ି ଯାଇଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଥିଲା।

ଆଜି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ପୀଡିତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେଇ କହିଥିଲେ ପୀଡିତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । କାଲିଠାରୁ ଆଜି ଅବସ୍ଥା ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଗାମୀ ୨୪ ଘଣ୍ଟା ପୀଡିତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ବର୍ତ୍ତମାନ ଛତ୍ରୀ ଜଣକ ଭେଣ୍ଟିଲେଟରରେ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତତ୍ତ୍ୱାବଧାନରେ ଚାଲିଛି ଚିକିତ୍ସା । ଛାତ୍ରୀଙ୍କ କିଡନୀ ସାମାନ୍ୟ ପ୍ରଭାବିତ ହେଇଛି। ଚିକିତ୍ସା ପାଇଁ ୮ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଭୁବନେଶ୍ୱର ଏମ୍ସ ପକ୍ଷରୁ କମିଟି ଗଠନ କରାଯାଇଛି । ପୀଡିତାଙ୍କ ଚିକିତ୍ସାର ତଦାରଖ କରିବ ଏହି କମିଟି । ଅନ୍ୟପଟେ ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ତଦନ୍ତ ଆରମ୍ଭ ହୋଇସାରିଛି । ବାଲେଶ୍ୱରରେ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ତଦନ୍ତ କରୁଛନ୍ତି । ଏଫଏମ କଲେଜରେ ପହଞ୍ଚି ଆରମ୍ଭ କଲେ ପଚରାଉଚରା । ନିଲମ୍ବିତ ଅଧ୍ୟକ୍ଷଙ୍କୁ ତଦନ୍ତ ଟିମ୍‌ର ପଚରାଉଚରା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking