13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପ୍ରେମିକଙ୍କୁ ବାହା ହେବାକୁ ଜିଦ୍ ଧରି ବସିଲା ଭଉଣୀ; ଶେଷରେ କ’ଣ ହେଲା ଜାଣନ୍ତୁ..

ପ୍ରେମିକଙ୍କୁ ବାହା ହେବାକୁ ଜିଦ୍ ଧରି ବସିଲା ଭଉଣୀ; ଶେଷରେ କ’ଣ ହେଲା ଜାଣନ୍ତୁ..

ଲକ୍ଷ୍ନୌ: ପଶ୍ଚିମ ୟୁପିର ମେରଠ ସହରରୁ ଆସିଲା ସାଙ୍ଘାତିକ ଖବର । ‘ଅଂନର କିଲିଂ’ ମାମଲା ସାମ୍ନାକୁ ଆସିଛି । ନିଜ ଭଉଣୀକୁ ହତ୍ୟା କରିଛି ଭାଇ । ନିଜର ୧୭ ବର୍ଷୀୟ ଭଉଣୀକୁ ତଣ୍ଟି ଚିପି ମାରିଲା ଭାଇ । ଅଭିଯୁକ୍ତ ନିଜ ଭଉଣୀ ଉପରେ ଏତେ ରାଗି ଯାଇଥିଲା ଯେ, ଭଉଣୀର ଜୀବନ ବାହାରିବା ପର୍ଯ୍ୟନ୍ତ ସେ ନିଜ ଦୁଇ ହାତରେ ନିଷ୍ଠୁର ଭାବରେ ତାର ଗଳାକୁ ଚାପି ରଖିଥିଲା । ସବୁଠାରୁ ଲଜ୍ଜାଜନକ ବିଷୟ ହେଉଛି ଯେତେବେଳେ ଅଭିଯୁକ୍ତ ତାଙ୍କ ଭଉଣୀକୁ ହତ୍ୟା କରୁଥିଲା ସେତେବେଳେ ସେଠାରେ ଅନେକ ଲୋକ ଥିଲେ ।

କିନ୍ତୁ ସମସ୍ତଙ୍କ ମଣିଷ ପଣିଆ ମରିଯାଇଥିଲା । ଅଭିଯୁକ୍ତଙ୍କୁ ଅଟକାଇବା ପରିବର୍ତ୍ତେ ସେ ହତ୍ୟାକାଣ୍ଡର ଲାଇଭ୍ ଭିଡିଓ ତିଆରି କରୁଥିଲେ । ଲୋକଙ୍କ ଭିଡିଓ ତିଆରି କରିବା ସମୟରେ ଝିଅଟିର କେତେବେଳେ ଜୀବନ ଚାଲିଯାଇଛି ତାହା ମଧ୍ୟ କେହି ଜାଣି ନଥିଲେ । ଭିଡିଓରେ ଦେଖିବାକୁ ମିଳୁଛି କି କିପରି ଜଣେ ଯୁବକ ତାଙ୍କ ଭଉଣୀର ନିଷ୍ପତ୍ତିରେ ରାଗି ଯାଇ ତାଙ୍କୁ ମାରି ଦେଉଛନ୍ତି । ସୂଚନା ଅନୁସାରେ ମୃତ ନାବାଳିକା ଜଣକ ନିଜ ପ୍ରେମିକଙ୍କ ସହ ଘରୁ ପଳାଇ ଯାଇଥିଲେ । ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ଘରକୁ ଗଲା ପରେ ଝଗଡ଼ା ହେବାରୁ ଭାଇ ଭଉଣୀକୁ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତ ଭାଇକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ଥାନା ଇଞ୍ଚୌଲି ଅଞ୍ଚଳର ନାଙ୍ଗଳା ଶେଖୁଙ୍କ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟି ଏତେ ଭୟଙ୍କର ଯେ ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking