29.1 C
Bhubaneswar
Tuesday, March 17, 2026
Homeଓଡିଶାଶଳାକୁ ପିଟି ପିଟି ମାରିଲା ଭିଣେଇ

ଶଳାକୁ ପିଟି ପିଟି ମାରିଲା ଭିଣେଇ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ରହୁଥିବା ସୁଦୀପ ବାଗ ଙ୍କୁ ତାର ଭିଣେଇ ଶାଳନା ଗ୍ରାମର ଶୁକଦେବ ମହାନନ୍ଦ ଆଜି ସକାଳ ୧୦ଟାରେ  କାଠ ଫାଳିଆରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଶୁକଦେବ ୫ ବର୍ଷ ହେବ ନିଜ ପରିବାର ସହ ଶଶୁର ଘରେ ରହି ଆସୁଥିଲେ।ଆଜି ଘରେ ଶଳା ଭିଣେଇଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସାହୋଇଥିଲା। ପରେ ଭିଣେଇ ଏକ କାଠ ଫାଳିଆରେ ଶଳାକୁ ପିଟି ପିଟି ମାରିଦେଇ ଘର ସମ୍ମୁଖରେ ପକାଇ ଫେରାର ମାରିଥିଲା। ଘରେ ଥିବା ଅଭିଯୁକ୍ତର ନାବାଳିକା ଝିଅ ଏହା ଦେଖି  ସ୍ଥାନୀୟ ଲୋକଙ୍କୁ ଖବର ଦେଲା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳକୁ ଆସି ସାଇଣ୍ଟିଫିକ୍ ଟିମ ସହ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking