27.1 C
Bhubaneswar
Sunday, March 29, 2026
Homeଓଡିଶାକ୍ରେନ ଗ୍ରାଫ୍ ଛିଣ୍ଡିବାରୁ ଜାହାଜ କ୍ଷତିଗ୍ରସ୍ତ ; ୧ ଆହତ

କ୍ରେନ ଗ୍ରାଫ୍ ଛିଣ୍ଡିବାରୁ ଜାହାଜ କ୍ଷତିଗ୍ରସ୍ତ ; ୧ ଆହତ

ପାରାଦୀପ : ପାରାଦୀପ ବନ୍ଦରରେ ଅଘଟଣ ଘଟିଛି। କ୍ରେନ ଗ୍ରାଫ୍ ଛିଣ୍ଡିବାରୁ ଜାହାଜ କ୍ଷତିଗ୍ରସ୍ତ । କ୍ରେନ ରୁ ଭାଙ୍ଗି ଜାହାଜ ଉପରେ ଖସି ପଡ଼ିଛି ଓଜନିଆ ବୁମ୍ ଗ୍ରାଫ୍। ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ ଜାହାଜ ‘ଏମଭି ଆମସୀ ମ୍ୟାକ୍ସିମସ’ରୁ ଚୂନପଥର ଅନଲୋଡିଂ କରୁଥିଲା।ଏହି ସମୟରେ କ୍ରେନର ବୁମ୍ ଗ୍ରାଫଟି ଭାଙ୍ଗି ଯାଇଥିଲା। ଏହି ଅଘଟଣରେ କ୍ରେନ ଅପରେଟର ଆହତ ହୋଇଥିଲେ। ଏଥିସହ ବୁମ୍ ଗ୍ରାଫ୍ ଭାଙ୍ଗି ଜାହାଜ ଉପରେ ପଡି ସମୁଦ୍ର ପାଣିକୁ ଖସି ପଡିଥିଲା। କ୍ରେନର ଲଫିଙ୍ଗ ସିଲିଣ୍ଡର ଛିଣ୍ଡି ଯିବାରୁ ଏପରି ଅଘଟଣ ଘଟିଥିବା କୁହାଯାଉଛି। ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅଘଟଣ ପରେ ଜାହଜରୁ ଅନଲୋଡିଂ ବନ୍ଦ ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking