20.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି ଗରମ ; ୫୫୦ରୁ ଅଧିକ ହଜ୍‌ ଯାତ୍ରୀ ମୃତ

ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି ଗରମ ; ୫୫୦ରୁ ଅଧିକ ହଜ୍‌ ଯାତ୍ରୀ ମୃତ

ସାଉଦି ଆରବ : ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି ଗରମ। ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୫୫୦ରୁ ଅଧିକ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି। ଚଳିତ ବର୍ଷର ହଜ୍ ସମୟରେ ଅତି କମରେ ୫୫୦ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି ବୋଲି ଆରବ କୂଟନୀତିଜ୍ଞମାନେ ପ୍ରକାଶ କରିଛନ୍ତି। ସୋମବାର ଦିନ ମକ୍କାର ଗ୍ରାଣ୍ଡ ମସଜିଦରେ ସାଉଦି ଜାତୀୟ ପାଣିପାଗ କେନ୍ଦ୍ରରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ନାଗରିକ ଅଛନ୍ତି। ଇଜିପ୍ଟରୁ ୩୨୩ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ କେବଳ ଜଣକୁ ଛାଡି ଆଉ ସମସ୍ତେ ଅସହ୍ୟ ଗରମ ଯୋଗୁ ପ୍ରାଣ ହରାଇଥିବା କୁହାଯାଇଛି। ମକ୍କାରେ ପ୍ରବଳ ଭିଡର ଶିକାର ହୋଇ ଜଣଙ୍କ ମୃତ୍ୟୁ ହୋଇଛି। ମକ୍କା ନିକଟ ଅଲ୍‌ ମୁଆଇସମ ହସ୍ପିଟାଲର ଶବଗୃହରୁ ଏହି ତଥ୍ୟ ଆସିଛି। ସାଉଦି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ୨୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଅତ୍ୟଧିକ ଗରମ ପାଇଁ ଚିକିତ୍ସିତ ଅଛନ୍ତି ବୋଲି ରିପୋର୍ଟ କରିଛନ୍ତି। ଜଣେ କୂଟନୈତିଜ୍ଞଙ୍କ କହିବା ମୁତାବକ, ଜର୍ଡାନର ଅତି କମ୍‌ରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ଆମ୍ମାନରୁ ପ୍ରକାଶିତ ସରକାରୀ ଆକଳନ ତୁଳନାରେ ଏହି ସଂଖ୍ୟା ଅଧିକ, ଯେଉଁଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଅଯାଇଥିଲା। ଏହି ନୂତନ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶର ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୫୭୭ରେ ପହଞ୍ଚିଛି। ମକ୍କାର ସବୁଠାରୁ ବଡ ଶବ ଗୃହ ମଧ୍ୟରୁ ଗୋଟିଏ ଅଲ-ମୁଆଇସମରେ ମୋଟ ୫୫୦ଟି ଶବ ଅଛି। ସାଉଦି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସୋମବାର ମକ୍କା ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଗତ ମାସରେ ପ୍ରକାଶିତ ଏକ ସାଉଦି ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହଜ୍ ତୀର୍ଥଯାତ୍ରା ଅଧିକ ପ୍ରଭାବିତ ହେଉଛନ୍ତି। ଏଥିରେ କୁହାଯାଇଛି ଯେ ଯେଉଁଠାରେ ହଜ୍ ତୀର୍ଥଯାତ୍ରୀମାନେ ରୀତିନୀତି କରନ୍ତି ସେହି ଅଞ୍ଚଳର ତାପମାତ୍ରା ପ୍ରତି ଦଶନ୍ଧିରେ ୦.୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking