30.1 C
Bhubaneswar
Wednesday, February 11, 2026
Homeଓଡିଶାତାପଙ୍ଗ : ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି...

ତାପଙ୍ଗ : ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି…

ଖୋର୍ଦ୍ଧା : ଆଜିକାଲି ସମସ୍ତ ଯୁବଗୋଷ୍ଠୀଙ୍କୁ ରିଲ୍ସ ନିଶା ଘାରିଛି। ରିଲ୍ସ କରି ଭାଇରଲ ହେବା ନିଶାରେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ସେହିଭଳି ରିଲ୍ସ କରିବା ବେଳେ ଗଭୀର ପାଣିରେ ନିଖୋଜ ହୋଇଯାଛନ୍ତି ଜଣେ ଯୁବକ। ଦୀର୍ଘ ସମୟ ଧରି ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜୁଥିଲେ ମଧ୍ୟ ଯୁବକଙ୍କର କୌଣସି ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ଏଭଳି ଅଘଟଣ ଖୋର୍ଦ୍ଧା ସଦର ଥାନ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆ ନିକଟରେ ଘଟିଛି। ସୂଚନା ଅନୁସାରେ, ସୋମବାର ୩ ଜଣ ଯୁବକ ଓ ଜଣେ ଯୁବତୀ ସାଙ୍ଗ ହୋଇ ଖୋର୍ଦ୍ଧା ସଦର ଥାନ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆ ନିକଟକୁ ବୁଲିବାକୁ ଆସିଥିଲେ। ଆଉ ପାହାଡ ତଳକୁ ଯାଇ ରିଲ୍ସ କରିବା ବେଳେ ଦୁଇ ଜଣ ଯୁବକ ଅସାବଧାନତା କାରଣରୁ ବୁଡିଯାଇଥିଲେ। ଏହାପରେ ଘଟଣା ବିଷୟରେ ସ୍ଥାନୀୟ ଲୋକ ସୂଚନା ପାଇ ତୁରନ୍ତ ପାଣିରୁ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ଜଣେ ଏବେବି ନିଖୋଜ ରହିଛନ୍ତି। ତେଣୁ ନିଖୋଜ ଯୁବକଙ୍କ ସନ୍ଧାନ କରିବା ପାଇଁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ସ୍କୁବା ଡ୍ରାଇଭରଙ୍କ ସହ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଖୋଜାଖୋଜି କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking