କଟକ : କଟକ ସତ୍ୟବ୍ରତ ଷ୍ଟାଡିୟମରେ ପଡିବ ସିନ୍ଥେଟିକ ଟ୍ରାକ । ହାଇକୋର୍ଟଙ୍କୁ ଅବଗତ କଲେ କଟକ ଜିଲ୍ଲାପାଳ । ସିନ୍ଥେଟିକ ଟ୍ରାକ ପକାଇବା ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଅନୁମତିକୁ ଅପେକ୍ଷା ରହିଛି । ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇବେ ପ୍ରତ୍ନତତ୍ୱ ବିଭାଗ ଓ ସିଏମସି । ନିୟମିତ ପୋଲିସ ପାଟ୍ରୋଲିଂ ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।










