31.1 C
Bhubaneswar
Thursday, July 4, 2024
Homeଅପରାଧ୩ ଜଣଙ୍କ ଘରୁ ସମାନ ଲୁଟିନେଲେ ଲକ୍ଷାଧିକ ଟଙ୍କା

୩ ଜଣଙ୍କ ଘରୁ ସମାନ ଲୁଟିନେଲେ ଲକ୍ଷାଧିକ ଟଙ୍କା

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ଗାଁରେ ସିରିଜ ଲୁଟ୍ । ସୁନା ଅଳଙ୍କାର ସହ ବିପୁଳ ପରିମାଣର ଟଙ୍କା ଲୁଟିନେଲେ ଲୁଟେରା । ୧୦ରୁ ଅଧିକ ଲୁଟେରା ସାମିଲ ଥିବା ଅନୁମାନ କରାଯାଉଛି । ତେବେ ଏକା ସାଙ୍ଗରେ ୩ ଜଣଙ୍କ ଘରୁ ସମାନ ଢଙ୍ଗରେ ଲୁଟ କଲେ ଲୁଟେରା । ସୂଚନା ଅନୁଯାୟୀ,ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ଗାଁରେ ସୋମବାର ବିଳମ୍ବିତ ରାତିରେ ଜମ୍‌ମୁରେ ସିଆରପିଏଫ୍ ଯବାନ ଥିବା ରାଘବାନନ୍ଦ ମାଝୀଙ୍କ ଘରେ କେହି ନଥିବା ସମୟରେ ଘରର ଝରକା ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ଆଲମୀରା ତାଡି ସୁନା ଅଳଙ୍କାର ସମେତ ନଗଦ ୬୦ ହଜାର ଟଙ୍କା ଲୁଟିନେଲେ । ଏହାପରେ ସେହି ଗାଁର ରବୀନ୍ଦ୍ର ସେଠୀ ଓ ଅର୍ଜୁନ ବେହେରାଙ୍କ ଘରେ ସମାନ ଢଙ୍ଗରେ ଗ୍ରୀଲ ତାଡି ଘରକୁ ପଶିଥିଲେ । ଲକ୍ଷାଧିକ ଟଙ୍କାର ସମେତ ନଗଦ ୮୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ତେବେ ଏହି ଲୁଟପାଟରେ ୧୦ରୁ ଅଧିକ ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking