34.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶବିମାନବନ୍ଦର ଛାତ ଭୁଷୁଡ଼ି ଚାଲିଗଲା ୩ ଜଣଙ୍କ ଜୀବନ

ବିମାନବନ୍ଦର ଛାତ ଭୁଷୁଡ଼ି ଚାଲିଗଲା ୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଛି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ। ଅଘଟଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଚାପି ହୋଇରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତଟି ଭୁଶୁଡ଼ି ପଡ଼ିଥିଲା। ଛାତ ଭଗ୍ନାଂବଶେଷ ଗୁଡ଼ିକ ଟର୍ମିନାଲ-୧ରେ ଥିବା କିଛି କାର୍‌ ଉପରେ ପଡ଼ିଥିଲା। ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଭିତରେ ଚାପି ହୋଇଯାଇଥିଲା।ସେହି ସମୟରେ କାର୍‌ରେ ଲୋକ ମଧ୍ୟ ଥିଲେ। ଅଗ୍ନିଶମ ବିହାନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ କାର୍‌ ଭିତରୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ୩ଟି ଦମ କଳବାହିନୀ ନିୟୋଜିତ ହୋଇଛନ୍ତି। ଅଘଟଣ ପରେ ଅନ୍ୟପକ୍ଷରେ ଟର୍ମିନାଲ-୧କୁ ସାମୟିକ ପାଇଁବନ୍ଦ ରଖିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଏଥିସହ ଯାତ୍ରୀଙ୍କ ସୁରକ୍ଷା ଲାଗି ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ବର୍ଷା ସହ ପବନ ହୋଇଥିଲା। ଲଗାଣ ବର୍ଷା ଯୋଗୁ ଦିଲ୍ଲୀରେ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଥିଲା। ଫଳରେ ଯାତାୟତ କରିବାରେ ଅସୁବିଧା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking