19.1 C
Bhubaneswar
Sunday, December 21, 2025
Homeଓଡିଶାଛାତ ଭୁଶୁଡ଼ି ଦାଦନ ମୃତ

ଛାତ ଭୁଶୁଡ଼ି ଦାଦନ ମୃତ

ଗଞ୍ଜାମ: ତାମିଲନାଡ଼ୁର କୋଏମ୍ବାଟୁର ସହରରେ ଛାତ ଭୁଶୁଡ଼ି ଜଗନ୍ନାଥପ୍ରସାଦ ବ୍ଲକ୍‌ର ତାରସିଂ ପଞ୍ଚାୟତ ତୋଲଡ଼ି ଗ୍ରାମର ଟିକି ନାୟକଙ୍କ ମୃତ୍ୟୁ ହୋଇଛି। ସେହିପରି କୋକଳବା ପଞ୍ଚାୟତର ପିଣ୍ଟୁ ନାୟକ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟିକି ଦୁଇବର୍ଷ ତଳେ ଭଞ୍ଜନଗର ବ୍ଲକ୍ ଦୋମୁହାଁଣି ପଞ୍ଚାୟତର ଗରୁଡ଼ୁ ଗ୍ରାମର ସୁନୀତାଙ୍କୁ ବିବାହ କରିଥିଲେ। ସେମାନଙ୍କ ଏକ ଦେଢ଼ବର୍ଷର ଝିଅ ଥିବା ବେଳେ ସୁନୀତା ବର୍ତ୍ତମାନ ୯ ମାସର ଗର୍ଭବତୀ ଅଛନ୍ତି। ବିବାହ ପରଠୁ ଟିକି ତୋଲଡ଼ି ଗ୍ରାମରେ ରହି ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ରଡ୍‌ ମିସ୍ତ୍ରି ଭାବେ ଭଲ କାମ କରୁଥିବାରୁ ଭଲ ରୋଜଗାର ଆଶାରେ ସେ ଦେଢ଼ମାସ ତଳେ କୋଏମ୍ବାଟୁର୍ ସହରକୁ ପଳାଇଥିଲେ। ଏକ ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଟିକି ପ୍ରାଣ ହରାଇଥିଲେ। ଏହି ଖବର ଶୁଣିବା କ୍ଷଣି ସୁନୀତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିଲା। ସକାଳେ ଝିଅର ଅସୁସ୍ଥତାକୁ ନେଇ ସ୍ବାମୀଙ୍କ ସହ କଥା ହୋଇଥିବା ବେଳେ ସନ୍ଧ୍ୟାରେ ଫୋନ୍ ଯୋଗେ ତାଙ୍କ ମୃତ୍ୟୁ ଖବର ପାଇଥିଲେ। ସେଠାରେ ଆଖପାଖରେ ରହୁଥିବା ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ଟିକିଙ୍କ ଶବକୁ ବ୍ୟବଚ୍ଛେଦ ପରେ ଗ୍ରାମକୁ ଅଣାଯାଉଥିବା ସୂଚନା ମିଳିଛି। ‌

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking