30.1 C
Bhubaneswar
Friday, March 20, 2026
Homeଓଡିଶାସଶକ୍ତ ସମାଜ ଓ ସମୃଦ୍ଧ ଓଡ଼ିଶା ଗଠନରେ ଯୁବବର୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ : ସୂର୍ଯ୍ୟବଂଶୀ ସୂରଜ

ସଶକ୍ତ ସମାଜ ଓ ସମୃଦ୍ଧ ଓଡ଼ିଶା ଗଠନରେ ଯୁବବର୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ଏକ ସଶକ୍ତ ସମାଜ ଓ ସମୃଦ୍ଧ ଓଡ଼ିଶା ରାଜ୍ୟ ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାର ବିନ୍ଧାଣୀ ଭାବେ ପରିଚିତ ବହୁ ଯୁଗସ୍ରଷ୍ଟାଙ୍କ ଜୀବନୀରୁ ଅନୁପ୍ରାଣିତ ହୋଇ ରାଜ୍ୟର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣରେ ବିଦ୍ୟାର୍ଥୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତୁ। ଶିକ୍ଷା କେବଳ ଜୀବିକା ଅର୍ଜନ କରିବାର ମାଧ୍ୟମ ନୁହେଁ, ବରଂ ଜୀବନର ମାର୍ଗଦର୍ଶକ ହେଉ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଏଥିସହ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜର ଭବିଷ୍ୟତ ନିର୍ମାଣ କରିବା ସହ ଓଡ଼ିଶାକୁ ବିଶ୍ୱମଞ୍ଚରେ ଏକ ଅନନ୍ୟ ସ୍ଥାନ ପ୍ରଦାନ କରିବା ପାଇଁ ସଦାସର୍ବଦା ଚେଷ୍ଟିତ ରୁହନ୍ତୁ ବୋଲି  ସତ୍ୟସାଇ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ମନ୍ତ୍ରୀ ସୂରଜ। ପ୍ରକାଶଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବରେ ମନ୍ତ୍ରୀ ଶ୍ରୀ ସୂରଜ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଜିର ବାର୍ଷିକ ଉତ୍ସବରେ ମନ୍ତ୍ରୀ ଶ୍ରୀ ସୂରଜ ମହାବିଦ୍ୟାଳୟ ପରିସର ମଧ୍ୟରେ ହୋଇଥିବା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ମୁଖପତ୍ର “ମଙ୍ଗଳ ପ୍ରଭାତ” ଉନ୍ମୋଚିତ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଆଜିର ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଦେବଯାନୀ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking