25.1 C
Bhubaneswar
Tuesday, March 24, 2026
Homeଓଡିଶାସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି  ଶୋ’ ରୁମରୁ ଲୁଟିଲେ ଲୁଟେରା

ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି  ଶୋ’ ରୁମରୁ ଲୁଟିଲେ ଲୁଟେରା

ରାଉରକେଲା : ସିକ୍ୟୁରିଟି ଗାର୍ଡଙ୍କ  ହାତଗୋଡ ବାନ୍ଧି ଲୁଟ କରିଛନ୍ତି   ୩ ଜଣ ମୁଖା ପିନ୍ଧା ଲୁଟେରା । ଏଭଳି ଘଟଣା ଘଟିଛି  ରାଉରକେଲା ବେଦବ୍ୟାସରେ ।  ଏକ କାର ଶୋ ରୁମରେ ଡକାୟତି ହୋଇଛି ।  ୩ ଜଣ ଲୁଟେରା  ସିକ୍ୟୁରିଟି ଗାର୍ଡଙ୍କୁ ଧମକ ଚମକ ଦେବା ସହ ହାତଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ଶୋ’ ରୁମରେ ଥିବା କ୍ୟାସ୍ ବକ୍ସକୁ ଲୁଟି ନେଇଛନ୍ତି ଡକାୟତ। ଏନେଇ ଶୋ ରୁମ୍ ମାଲିକ ଅଭିଯୋଗ କରିଛନ୍ତି। କ୍ୟାସ୍ ବକ୍ସରେ ଲକ୍ଷାଧିକ ଟଙ୍କା ଥିବା କୁହାଯାଉଛି। କେବଳ ସେତିକି ନୁହେଁ କ୍ୟାସ୍ ବାକ୍ସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହ କ୍ରେଡିଟ୍ କାର୍ଡ ମଧ୍ୟ ଥିବା ଶୋ’ ରୁମ୍ ମାଲିକ କହିଛନ୍ତି।  ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking