28.1 C
Bhubaneswar
Sunday, September 8, 2024
Homeଅପରାଧଲୁଟ କରିବା ପୂର୍ବରୁ ମୋବାଇଲ ଛଡାଇନେଲେ ,ଆଉ ତାପରେ ଏମିତି କିଛି କାଣ୍ଡ ଘଟାଇଲେ

ଲୁଟ କରିବା ପୂର୍ବରୁ ମୋବାଇଲ ଛଡାଇନେଲେ ,ଆଉ ତାପରେ ଏମିତି କିଛି କାଣ୍ଡ ଘଟାଇଲେ

ନବରଙ୍ଗପୁର : ବନ୍ଧୁକ ଦେଖାଇ ଲୁଟ ନେଇ ଚାଲିଗଲେ ଲକ୍ଷାଧିକ ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରଞ୍ଚଳର ଡି ଏନ୍ କେ ରେ । ସୂଚନା ଅନୁଯାୟୀ , ଗତ ସଂଧ୍ୟାରେ ଉମରକୋଟ ଡି ଏନ୍ କେ ର ସୁଶାନ୍ତ ଖୋରାଙ୍କ ଘରେ ଜଣେ ବ୍ୟକ୍ତି ନିଜକୁ ଡେଲିବରୀ ବୟର ପରିଚୟ ଦେଇଥିଲା ଏବଂ କିଛି ପାର୍ଷଲ୍ ଆସିଥିବା କହି ସୁଶାନ୍ତଙ୍କୁ ଘରୁ ଡାକିଥିଲେ ।ସୁଶାନ୍ତ ଘରୁ ବାହାରିବା ପରେ ତାଙ୍କୁ ଘର ଭିତରକୁ ଠେଲି ଦେଇଥିଲେ ଓ ଅନ୍ୟ ତିନିଜଣ ମଧ୍ୟ ଘର ଭିତରକୁ ପଶି ଯାଇଥିଲେ । ପରେ ବନ୍ଧୁକ ଦେଖେଇ ନଗଦ ୭ ହଜାରରୁ ୮ ହଜାର ଟଙ୍କା ସହ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ର ସୁନା ଗହଣା ଲୁଟି ନେଇଥିଲେ ଏବଂ ଲୁଟ ବିଷୟରେ ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବାପାଇଁ ଧମକ ମଧ୍ୟ ଦେଇଥିଲେ । ଫଳରେ ସୁଶାନ୍ତଙ୍କ ପରିବାର ପୋଲିସକୁ ଜଣାଇ ନଥିଲେ । କିନ୍ତୁ ଆଜି ଅପରାହ୍ନରେ ପୋଲିସକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଡକାୟତ ମାନେ ଖଣ୍ଡି ହିନ୍ଦୀ , ଓଡ଼ିଆ ଏବଂ ସ୍ଥାନୀୟ ଭାଷାରେ କଥା ହେଉଠିବାର କହିଛନ୍ତି ଲୁଟର ଶିକାର ହୋଇଥିବା ସୁଶାନ୍ତ । ତେବେ ଲୁଟ କରିବା ପୂର୍ବରୁ ସୁଶାନ୍ତ ଓ ତାଙ୍କ ସ୍ତ୍ରୀଙ୍କ ମୋବାଇଲ ଛଡ଼ାଇ ନେଇଛନ୍ତି ଲୁଟେରା । ଘଟଣାର ତଦନ୍ତ ଚାଲିଥିବାରୁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking