26.1 C
Bhubaneswar
Wednesday, March 25, 2026
Homeଅପରାଧମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା

କଟକ : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା । କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ଜଗନ୍ନାଥ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମର୍ଣ୍ଣିଂୱାକ୍‌ ବେଳେ ଘର ଆଗରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା। ସୂଚନା ଅନୁଯାୟୀ ଆଜି ଭୋର ୫ଟା ୩୦ ସମୟରେ ଅଞ୍ଜୁ ବେହେରା ନାମକ ଜଣେ ମହିଳା ନିଜ ଘର ନିକଟରେ ମର୍ଣ୍ଣିଂ ୱାକ୍‌ କରୁଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ବାଇକ୍ ଆସି ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ତେବେ ଅଞ୍ଜୁ ଭୟରେ ନିଜ ଘର ନିକଟକୁ ଦୌଡ଼ି ପଳାଇ ଆସିଥିଲେ ହେଲେ ଲୁଟେରା ମାନେ ତାଙ୍କୁ ଛାଡ଼ି ନଥିଲେ। ଅଞ୍ଜୁଙ୍କ ପଛେ ପଛେ ଆସି ଘର ସାମ୍ନାରୁ ମାରଣାସ୍ତ୍ର ଦେଖାଇ ସୁନା ଚେନ୍ ନେଇ ଚମ୍ପଟ ମାରିଥିଲେ। ଲୁଟର ସମ୍ପୂର୍ଣ୍ଣ ଘଟଣା ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ଅଞ୍ଜୁ ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking