19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଡାହାଣୀ ସନ୍ଦେହରେ  ମହିଳାଙ୍କୁ ଦେଲେ ନିର୍ଯାତନା

ଡାହାଣୀ ସନ୍ଦେହରେ  ମହିଳାଙ୍କୁ ଦେଲେ ନିର୍ଯାତନା

ରାଜସ୍ଥାନ : ଡାହାଣୀ ସନ୍ଦେହରେ  କିଛି ଲୋକ ଘଟାଇଲେ ନୃଶଂସ କାଣ୍ଡ ।  ମହିଳାଙ୍କ ଚୁଟି କାଟିବା ସହିତ  ମୁହଁରେ କଳା ବୋଳିଦେଲେ ।  ଦୁଇଦିନ କାଳ  ଦେଲେ ଗରମ ଚେଙ୍କ । ଏପରି ବର୍ବର କାଣ୍ଡ ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ।ଶେଷରେ ପୁଲିସ ତାଙ୍କୁ  ଉଦ୍ଧାର କରି  ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ଶରୀରରେ ଡାହାଣୀ ପଶିଥିବା ଶୁଣି ଖରାପ ଆତ୍ମାରୁ ତାଙ୍କୁ ମୁକ୍ତ କରିବାକୁ କିଛି ଲୋକ ଏପରି ଅମାନବୀୟ କାଣ୍ଡ ଘଟାଇ ଚାଲିଥିଲେ। ଶାହପୁର ନିବାସୀ ଉକ୍ତ ମହିଳାଙ୍କୁ ଗୁଣ୍ଡାଗୋକୁଳପୁରା ଗାଁ ନିକଟରେ ଥିବା ଏକ ପୂଜା ସ୍ଥଳକୁ ନିଆଯାଇଥିଲା।ସେଠାରେ ତାଙ୍କୁ ଗଛରେ ବାନ୍ଧି ଦୁଇ ଦିନ ପର‌୍ୟ୍ୟନ୍ତ ଅମାନବୀୟ ଭାବେ ନିର‌୍ୟାତନା ଦିଆଯାଇଥିଲା। ତାଙ୍କ ଗଛରେ ବାନ୍ଧି ଗରମ ଲୁହାକୁ ତତାଇ ଚେଙ୍କ ପରେ ଚେଙ୍କ ଦିଆଯାଇଛି। ସମସ୍ତେ ଏହା ଦେଖୁଥିବା ବେଳେ ମହିଳାଜଣକ ଛାଡ଼ିଦେବାକୁ କାକୁତିମିନତି ହେଉଥିଲେ। ମାତ୍ର ଜଣେ ଅସହାୟ, ନିରୁପାୟ ମହିଳାଙ୍କ ବିକଳ ଚିତ୍କାର କାହାକୁ ଦୋହଲାଇ ପାରିଲାନି। ସମସ୍ତେ ପଥର ପାଲଟି ଯାଇଥିବା ବେଳେ ଚେଙ୍କ ଦେବା ବନ୍ଦ ହୋଇ ନ ଥିଲା। ଖବର ପାଇ ପୁଲିସ୍ ପହଞ୍ଚି ପୀଡ଼ିତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗରମ ଚେଙ୍କ ଚିହ୍ନ ଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏନେଇ ଏକ ମାମଲା ରୁଜୁ କରି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking