ଭୁବନେଶ୍ବର: ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ । ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ବାସବରାଜୁଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ପଦବି । ତିରୁପତି, ଦେବୁଜି, କୁମା ଦାଦା, ଚେତନ ପରି ଅନେକ ନାଁରେ ସେ ପରିଚିତ । ମାଓବାଦୀଙ୍କ ସେଣ୍ଟ୍ରାଲ ମିଲିଟାରୀ କମାଣ୍ଡ ମୁଖ୍ୟ ଦାୟିତ୍ୱରେ ଥିଲେ ।ଖାଲି ସେତିକି ନୁହେଁ ସେ କେନ୍ଦ୍ରୀୟ କମିଟି ସଦସ୍ୟ, ପୋଲିତ ବ୍ୟୁରୋ ସଦସ୍ୟ, ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋ ସଦସ୍ୟ ମଧ୍ୟ ଥିଲେ । କମ୍ୟୁନିକେସନ ଇନଚାର୍ଜ ସହ ଦକ୍ଷିଣ ସବ ଜୋନାଲ ବ୍ୟୁରୋ ଦାୟିତ୍ବ ମଧ୍ୟ ରହିଥିଲା । ତେଲେଙ୍ଗାନା ଜଗତିଆଲ ଜିଲ୍ଲାର ଥିରୁପତି ।










