31.1 C
Bhubaneswar
Saturday, February 7, 2026
Homeଓଡିଶାସଂପୂର୍ଣ୍ଣ ହେଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାମ

ସଂପୂର୍ଣ୍ଣ ହେଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାମ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଜି ସମ୍ପୂର୍ଣ୍ଣ ହୋଇଛି। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ କାମ ଏଏସ୍‌ଆଇର ପ୍ରତ୍ୟକ୍ଷ ତତ୍ତ୍ବାବଧନରେ ସମ୍ପୂର୍ଣ୍ଣ ହୋଇଛି। ଏଥି ପାଇଁ ମୋଟ ୯୫ ଦିନ ଲାଗିଥିଲା। ମୋଟ ୩୩୩ ଘଣ୍ଟାର ମରାମତି କାମ କରାଯାଇଥିବା ରେକର୍ଡ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାମ ଗତବର୍ଷ ସେପ୍ଟେମ୍ବର ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହି କାମ ପାଇଁ ଏଏସ୍‌ଆଇ ନେତୃତ୍ବ ନେଇଥିଲା। ରତ୍ନଭଣ୍ଡାରକୁ ଯେଭଳି କୌଣସି ଅସୁବିଧା ନହୁଏ ଓ ସୁରକ୍ଷାରେ ତ୍ରୁଟି ନ‌ହେବ, ସେଥିପାଇଁ ସତର୍କତା ଅବଳମ୍ବନ କରାଯାଇଥିଲା। ମରାମତି ପୂର୍ବରୁ ଲେଜର ସ୍କାନିଂ କରାଯାଇଛି। ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି ପାଇଁ ୯୫ ଦିନ ଲାଗିଥିଲା। ଏହାରି ମଧ୍ୟରେ କାର୍ଯ୍ୟ ଦିବସରେ ଦୁଇରୁ ଅଧିକ ଓ ୧୮ ଘଣ୍ଟାରୁ କମ ସମୟ କାମ କରାଯାଇଥିଲା। ମୋଟାମୋଟି ଭାବେ ରତ୍ନଭଣ୍ଡାର ମରାମତି ପାଇଁ ୩୩୨ ଘଣ୍ଟା ୪୭ ମିନିଟ ଲାଗିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking