27.1 C
Bhubaneswar
Sunday, March 29, 2026
Homeଓଡିଶାମଦ ମୃତ୍ୟୁର ଆରଡିସି ତଦନ୍ତ ହେବ

ମଦ ମୃତ୍ୟୁର ଆରଡିସି ତଦନ୍ତ ହେବ

ଭୁବନେଶ୍ୱର : ମଦ ମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ସରକାର । ଚିକିଟି ମଦ ମୃତ୍ୟୁ ମାମଲାର ତଦନ୍ତ କରିବେ ଆରଡିସି । ଆରଡିସି ତଦନ୍ତ ହେବ କହିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୨ ମାସ ଭିତରେ ଆସିବ ତଦନ୍ତ ରିପୋର୍ଟ କହିଲେ ଅବକାରୀ ମନ୍ତ୍ରୀ । ଚୋରା ମଦ ବନ୍ଦ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମନ୍ତ୍ରୀ । ଦେଶୀ ମଦ ଭାଟୀ ଉପରେ ଚଢାଉ ଚାଲିଛି । ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ବେଆଇନ ମଦ ଭାଟି ଏବଂ ବିକ୍ରି ସ୍ଥାନରେ ଚଢ଼ାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଚଢ଼ାଉ ଜାରି ରହିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଥିଲା। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩୮୫ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking