20.1 C
Bhubaneswar
Friday, December 26, 2025
Homeଓଡିଶାମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ

ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ

ପୁରୀ : ଶନିବାର ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରୁ ରଥଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି ।। ରଥଖଳାରେ ପ୍ରସ୍ତୁତ ତିନିରଥରେ ଏହି ଆଜ୍ଞାମାଳ ଲାଗି ପରେ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ବିଜେ କରିବେ ତିନି ରଥ। ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼(ଉତ୍ତର ଦିଗକୁ ମୁହଁ କରି) ଦେବେ। ଜୁଲାଇ ୭ ତାରିଖ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଶନିବାର ରାତିରୁ ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଥିବାରୁ ରାତି ପ୍ରାୟ ୭ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଶନିବାର ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ସନ୍ଧ୍ୟାଧୂପ ଶେଷ ପରେ ଅପରାହ୍ଣ ୫ଟାରେ ଧ୍ବଜା ଆଜ୍ଞାମାଳ ବିଜେ କରିବ। ୫ଟା ୧୦ରେ ଅଙ୍କୁରାରୋପଣ, ୪ଟାରୁ ୫ଟା ଭିତରେ ତୃତୀୟ ଭୋଗମଣ୍ଡପ (ଆବଶ୍ୟକ ହେଲେ) ପରେ ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ ଓ ‌ଭୋଗ ପରେ ରାତି ୭ଟାରେ ପହୁଡ଼ ଆଳତି ହେବ। ପରେ ରାତି ସାଢ଼େ ୭ଟାରେ ଜୟବିଜୟ ଦ୍ବାର ବନ୍ଦ ହୋଇ ବେହରଣ ଦ୍ବାର ଖୋଲିବା ପରେ ରାତି ୧୦ରେ ଚକା ଅପସର, ସାଢ଼େ ୧୦ଟାରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ଆଦି ନୀତି ଅନୁଷ୍ଠିତ ହେବ। ରାତି ୧୧ଟାରୁ କୁସୁମି ଲାଗି ଆରମ୍ଭ ହେବ। କୁସୁମି ଲାଗି ଶେଷ ପରେ ରାତି ୨ଟାରୁ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ଆରମ୍ଭ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking