18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଓଡିଶା ପର୍ବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ଓଡିଶା ପର୍ବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡିଶା ପର୍ବ- ୨୦୨୪ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । ସନ୍ଧ୍ୟା ୫ ଟା ୩୦ ରେ କାର୍ଯ୍ୟକ୍ରମରେ ସାମିଲ ହେବେ । ଦିଲ୍ଲୀରେ ଚାଲିଛି ଓଡିଶା ପର୍ବ ୨୦୨୪ । ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ନଭେମ୍ବର ୨୨ରୁ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଓଡିଶା ପର୍ବ –୨୦୨୪ର ଆଜି ଶେଷ ଦିନ । ଆଜିର ଏହି ଉଦଯାପନୀ ସମାରୋହରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ସରକାର, ପ୍ରଶାସନ ଓ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଓଡ଼ିଆ ସମାଜ ପକ୍ଷରୁ ତିନିଦିନ ଧରି ପାଳିତ ହେଉଥିବା ଓଡ଼ିଶା ପର୍ବର ଉଦଘାଟନୀ ସମାରୋହ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଉଦଘାଟିତ ହୋଇଥିଲା । ଉଦଘାଟନୀ ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଅନେକ ରାଜନେତା, ଲେଖକ, କଳାକାର, ଇତିହାସକାର, ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ । ଏହି ସାରସ୍ୱତ ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାର କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାରେ ଓଡ଼ିଶା ମହୋତ୍ସବର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କହିଥିଲେ । ସେହିପରି କଳିଙ୍ଗ ଯୁଦ୍ଧ ଅଶୋକଙ୍କୁ କିପରି ‘ଚଣ୍ଡାଶୋକ’କୁ ‘ଧର୍ମାଶୋକ’ରେ ପରିଣତ କରିଥିଲା, ତାହାର ଉଦାହରଣ ଦେଇ ଏହି ଯୁଦ୍ଧ ଆମକୁ ଶିକ୍ଷା ପ୍ରଗତି ପାଇଁ ଶାନ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking