25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମହାରାଷ୍ଟ୍ରରେ ୭୬୦୦ କୋଟି ମୂଲ୍ୟର ପ୍ରକଳ୍ପକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରରେ ୭୬୦୦ କୋଟି ମୂଲ୍ୟର ପ୍ରକଳ୍ପକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରରେ ୭୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୭୦୦୦ କୋଟି ଟଙ୍କା ବ୍ୟୟବରାଦିତ ନାଗପୁରସ୍ଥିତ ଡ. ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରର ଉନ୍ନତିକରଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ନାଗପୁର ସହର ଏବଂ ବିଦର୍ଭ ଅଞ୍ଚଳରେ ନିର୍ମାଣ କ୍ଷେତ୍ର, ବିମାନ ଚଳାଚଳ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ସ୍ୱାସ୍ଥ୍ୟସେବା ଆଦି ବହୁମୁଖୀ ବିକାଶ ଦିଗରେ ଏହି ପ୍ରକଳ୍ପ ସହାୟକ ହୋଇପାରିବ।

ସେହିପରି ଶିରିଡ଼ି ବିମାନବନ୍ଦରରେ ୬୪୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ନୂତନ ସମନ୍ୱିତ ଟର୍ମିନଲ ବିଲ୍ଡିଂର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଶିରିଡ଼ି ଆସୁଥିବା ଧାର୍ମିକ ପର୍ଯ୍ୟଟକମାନଙ୍କୁ ଏହା ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବ। ସାଇବାବାଙ୍କ ଆଧ୍ୟାତ୍ମିକ ନିମ୍ବ ଗଛ ଥିମ୍ ଆଧାରରେ ଏହି ବିଲ୍‌ଡିଂ ନିର୍ମାଣ କରାଯିବ। ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ତାଙ୍କ ପ୍ରତିବଦ୍ଧତା ସ୍ୱରୂପ ମହାରାଷ୍ଟ୍ରରେ ୧୦ଟି ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଇଛନ୍ତି ପ୍ରଧାନମନ୍ତ୍ରୀ। ମୁମ୍ବାଇ, ନାସିକ, ଜଲନା, ଅମରାବତୀ, ଗଡ଼ଚିରୋଲି, ବୁଲଧାନା, ୱାସିମ, ଭଣ୍ଡାରା, ହିଙ୍ଗୋଲି ଏବଂ ଅମ୍ବରନାଥ (ଥାନେ)ରେ ଏସବୁ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ଏସବୁ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ସିଟ୍ ରହିବା ସହ ଜନସାଧାରଣଙ୍କୁ ବିଶେଷ ସ୍ୱାସ୍ଥ୍ୟସେବା ମଧ୍ୟ ପ୍ରଦାନ କରିବ।

ସେହିପରି ଭାରତକୁ ‘ସ୍କିଲ କ୍ୟାପିଟାଲ୍ ଅଫ୍ ଦ ୱାର୍ଲ୍ଡ’ ଭାବେ ପରିଚୟ ଦେବାକୁ ଥିବା ଦୃଷ୍ଟିକୋଣକୁ ସଫଳ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସ୍କିଲ୍ସ (ଆଇଆଇଏସ୍‌)କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହା ଉଦ୍ୟୋଗ କ୍ଷେତ୍ର ପାଇଁ ଅଗ୍ରଣୀ ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ ଥିବା ଶ୍ରମ ଶକ୍ତି ପ୍ରସ୍ତୁତ କରିବ। ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ ମଡେଲରେ ଏହା ଟାଟା ଏଜୁକେସନ ଆଣ୍ଡ ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ଭାରତ ସରକାରଙ୍କ ସହଭାଗିତାରେ ପ୍ରତିଷ୍ଠା କରାଯାଇଛି। ମେକାଟ୍ରୋନିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ଇଣ୍ଡଷ୍ଟ୍ରିଆଲ ଅଟୋମେସନ ଏବଂ ରୋବୋଟିକ୍ସ ଆଦି କ୍ଷେତ୍ରରେ ଏହି ଇନଷ୍ଟିଚ୍ୟୁଟ ପ୍ରଶିକ୍ଷଣ ପ୍ରଦାନ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking