ଭୁବନେଶ୍ୱର: ପୁଣି ଖସିଲା ସୁନା, ରୂପା ଦର । ଲଗାତାର ୪ ଦିନ ହେଲାଣି ଖସୁଛି ସୁନା ଏବଂ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୯ ହଜାର ୫୦ ଟଙ୍କାକୁ ଖସିଲା । ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ଅଛି । ୨୨ କ୍ୟାରେଟ୍ ସୁନା ୮ ହଜାର ୩୦୦ ଟଙ୍କାକୁ ହ୍ରାସ ପାଇଛି । ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା ଅଛି । ଅନ୍ୟପଟେ, ରୂପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ହେଲା ୩ ଲକ୍ଷ । ଗତକାଲି ୮ହଜାର ଟଙ୍କା ସୁନା କମିଥିଲା। ୨୪ କ୍ୟାରେଟ ସୁନା ୧୦ଗ୍ରାମ୍ ପିଛା ୧ଲକ୍ଷ ୪୦ହଜାର ୬୭୪ଟଙ୍କାରେ ପହଞ୍ଚିଥିଲା । ସେହିପରି ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୬୫ହଜାର ୬୫୨ଟଙ୍କା ରହିଥିଲା।










