ଭୁବନେଶ୍ୱର: ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହାରି ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପୁରୀ ଗସ୍ତ କରିଛନ୍ତି । ତାଳବଣିଆ ହେଲିପ୍ୟାଡରେ ପହଞ୍ଚି ବା ପରେ ସେଠାରୁ ସିଧା ପୁରୀରେ ପହଞ୍ଚିଛନ୍ତି ା ପୁରୀର ବଡ ଦାଣ୍ଡରେ ଚାଲି ଚାଲି ଆସିଲେ ରାଷ୍ଟ୍ରପତି । ଏହାପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହିରକ ଜୟନ୍ତୀ ସମାରୋହରେ ଯୋଗ ଦେବେ । ଆଜି ନୌସେନା ଦିବସ । ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ପତ୍ୟେକ ବର୍ଷ ଡିସେମ୍ବର ୪ରେ ନୌସେନା ଦିବସ ପାଳନ କରାଯାଏ ।