25.1 C
Bhubaneswar
Monday, December 22, 2025
Homeଦେଶ ବିଦେଶରାଷ୍ଟ୍ରପତି ପରିବାର ସହ ଋଷରେ ନେଲେ ଆଶ୍ରୟ

ରାଷ୍ଟ୍ରପତି ପରିବାର ସହ ଋଷରେ ନେଲେ ଆଶ୍ରୟ

ନୂଆଦିଲ୍ଲୀ: ବିଦ୍ରୋହିଙ୍କ କବଜାରେ ଏବେ ସିରିଆ। ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଇଛନ୍ତି ଆଶ୍ରୟ। ରାଷ୍ଟ୍ରପତି ପଳାଇବା ପରେ ତାଙ୍କ ବାସବଭନ ଲୁଟି ଉତ୍ସବ ମନାଇଛନ୍ତି ବିଦ୍ରୋହୀ। ଶେଷର ୧୧ ଦିନର ବିଦ୍ରୋହର ଅନ୍ତ ଘଟିଛି। ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି। ଅସଦଙ୍କ ବିରୋଧରେ ଗତ ୧୪ ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା। ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି। ସୂଚନା ମୁତାବକ ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଆଫଗାନିସ୍ତାନ, ବାଙ୍ଗଲାଦେଶ ପରେ ସିରିଆରେ ଶାସକଙ୍କ ଗାଦିତ୍ୟୁତ ହୋଇଛି। ଘଟଣା ଉପରେ ସାରା ବିଶ୍ବର ନଜର ରହିଥିଲା ବେଳେ ବ୍ରିଟେନ, ଫ୍ରାନ୍ସ, ୟୁକ୍ରେନ, ଇସ୍ରାଏଲ ସ୍ବାଗତ ଜଣାଇଛନ୍ତି। ବିଦ୍ରୋହୀମାନେ ରାଜଧାନୀ ଡାମସକସ୍ କବଜା କରିଥିବା ବେଳେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶଛାଡ଼ି ପଳାଇଯାଇଛନ୍ତି। ହୟାତ ତହରିର ଅଲ ଶାମ ବିଦ୍ରୋହୀମାନେ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଥିବା ବେଳେ ଏବେ ସେମାନେ ରାଜଧାନୀ ଡାମସକସରେ ପଶିଛନ୍ତି। ଏହାସହ ଏକାଧିକ ଅଚଳକୁ ନିଜ କବଜାକୁ ନେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking