19.1 C
Bhubaneswar
Tuesday, January 13, 2026
Homeଓଡିଶାଆସନ୍ତା ୧୭ ତାରିଖଠାରୁ ପର୍ଯ୍ୟାୟକ୍ରମେ ପ୍ରତି ଜିଲ୍ଲାରେ ସମବାୟବିତ୍‌ମାନଙ୍କୁ ଭେଟିବ ପ୍ରଦେଶ କଂଗ୍ରେସ ସମବାୟ ପ୍ରକୋଷ୍ଠ

ଆସନ୍ତା ୧୭ ତାରିଖଠାରୁ ପର୍ଯ୍ୟାୟକ୍ରମେ ପ୍ରତି ଜିଲ୍ଲାରେ ସମବାୟବିତ୍‌ମାନଙ୍କୁ ଭେଟିବ ପ୍ରଦେଶ କଂଗ୍ରେସ ସମବାୟ ପ୍ରକୋଷ୍ଠ

ଭୁବନେଶ୍ୱର: ସବୁ ବର୍ଗର ଲୋକଙ୍କର ଅର୍ଥନୈତିକ ପ୍ରଗତିରେ ସମବାୟ ଏକ ବଳିଷ୍ଠ ମାଧ୍ୟମ । ସମବାୟ ସଂସ୍ଥାଗୁଡ଼ିକ ଯେତିକି ସଶକ୍ତ ଓ କ୍ରିୟାଶୀଳ ହେବ ସଭ୍ୟ ସଭ୍ୟାମାନଙ୍କର ସେତିକି ବିକାଶ ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ଘଟିବ । କିନ୍ତୁ ବିଗତ ୨୫ ବର୍ଷ ମଧ୍ୟରେ ଗତ ବିଜେଡି ଓ ବର୍ତ୍ତମାନର ବିଜେପି ସରକାରରେ ସମବାୟ ସଂସ୍ଥାଗୁଡ଼ିକ ଦେବାଳିଆ ଆଡ଼କୁ ଗତି କରିଚାଲିଛି । ଏହାର କାରଣ ସଠିକ୍ ଭିତ୍ତିଭୂମି ନ ଥିବା ମାନବ ସମ୍ବଳର ଅଭାବ ଏବଂ ପରିଚାଳନାଗତ ତୃଟି, ନିର୍ବାଚନରେ ସ୍ୱଚ୍ଛତା ନ ଥିବା, ସମବାୟ ସଂସ୍ଥାର କର୍ମଚାରୀମାନଙ୍କ ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବୀ ପୂରଣ ନ ହେବା ଅନ୍ୟ ଏକ କାରଣ । ତେଣୁ ଏହି ସବୁ ପ୍ରସଙ୍ଗକୁ ନେଇ ସମବାୟକୁ ସମୃଦ୍ଧିଶାଳୀ କରି ଗଢ଼ି ତୋଳିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠ ଚଳିତମାସ ଜାନୁଆରୀ ୧୭ ତାରିଖଠାରୁ ପର୍ଯ୍ୟାୟକ୍ରମେ ପ୍ରତି ଜିଲ୍ଲାସ୍ତରରେ ସମବାୟବିତ୍‌ମାନଙ୍କୁ ନେଇ ସମବାୟର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ଓ ସମବାୟବିତ୍‌ମାନଙ୍କ ଅନୁଭୂତିପୂର୍ଣ୍ଣ ମତାମତକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ପିସିସି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ ତାରିଖ ଦିନ ପ୍ରଥମେ ଗଞ୍ଜାମ ଜିଲ୍ଲାର ବାପୁଜୀ ଆଶ୍ରମଠାରେ ଜିଲ୍ଲା କଂଗ୍ରେସ ସମବାୟ ପ୍ରକୋଷ୍ଠର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏଣୁ ପ୍ରତି ଜିଲ୍ଲାସ୍ତରରେ ଆୟୋଜିତ ହେବାକୁ ଥିବା କର୍ମଶାଳାରେ ପ୍ରାଥମିକଠାରୁ ଶୀର୍ଷ ସମବାୟ ସଂସ୍ଥା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କଂଗ୍ରେସ ପ୍ରେମୀ ସମବାୟବିତ୍‌ମାନେ ଅଂଶ ଗ୍ରହଣ କରିବାକୁ ରାଜ୍ୟ ପ୍ରକୋଷ୍ଠର ଉପାଧ୍ୟକ୍ଷ ବୃନ୍ଦାବନ ଖଟେଇ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking