27.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବଢ଼ିବ ଭାରତୀୟ ବାୟୁସେନାର ଶକ୍ତି

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି ହିନ୍ଦୁସ୍ତାନ୍ ଏରୋନେଟିକ୍ସ୍ ଲିମିଟେଡ୍ ବା ହାଲ୍‌ ସହ ବଡ଼ ଚୁକ୍ତିରେ ପ୍ରାୟ ୬୬ ହଜାର ୫୦୦ କୋଟି ଟଙ୍କାରେ ୯୭ଟି ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ୍ ତେଜସ୍ ମାର୍କ୍-୧ ଯୁଦ୍ଧବିମାନ କିଣିବାକୁ ନିଷ୍ପତ୍ତି ନେଇଛି । ଏହି ଚୁକ୍ତି ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗରେ ଏକ ଐତିହାସିକ ନିଷ୍ପତ୍ତି । ଏହି ଡିଲ୍ ସହିତ ଆଇଏଏଫ୍‌ର ସମ୍ପୂର୍ଣ୍ଣ ତେଜସ୍ ବିମାନର ସଂଖ୍ୟା ୧୮୦ରୁ ଅଧିକ ହୋଇଯିବ, ଯାହା ଦେଶର ସ୍ୱଦେଶୀ ରକ୍ଷା ଉତ୍ପାଦନର ଏକ ବଡ଼ ସଫଳତା । ପୂର୍ବରୁ ୨୦୨୧ରେ ୮୩ଟି ବିମାନ ପାଇଁ ୪୬,୮୯୮ କୋଟିର ଚୁକ୍ତି ହୋଇଥିଲା । ଆଗାମୀ ୨୬ ସେପ୍ଟେମ୍ବରରେ ୩୬ଟି ମିଗ୍ -୨୧ ବିମାନ ଅବସର ନେବା ପରେ ଆଇଏଏଫ୍ ସ୍କ୍ୱାଡ୍ରନ୍ ସଂଖ୍ୟା ୨୯ରେ ସୀମିତ ହୋଇଯିବ, ଯାହା ଏକ ଚିନ୍ତାଜନକ ପରିସ୍ଥିତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking