33.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଆଜିଠୁ ଆରମ୍ଭ ଲୋକପ୍ରିୟ କ୍ରିକେଟ ଲିଗ୍ ଆଇପିଏଲ ୨୦୨୬

ଆଜିଠୁ ଆରମ୍ଭ ଲୋକପ୍ରିୟ କ୍ରିକେଟ ଲିଗ୍ ଆଇପିଏଲ ୨୦୨୬

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଆଜିଠାରୁ ଆରମ୍ଭ ହେବାକୁ ବିଶ୍ୱର ସବୁଠାରୁ ଲୋକପ୍ରିୟା କ୍ରିକେଟ ଲିଗ ଆଇପିଏଲ ୨୦୨୬ । ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ ଶସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ ଚାଲିବ। ଅଂଶଗ୍ରହଣକାରୀ ୧୦ଟି ଦଳକୁ ନେଇ ମୋଟ ୭୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଆଜି କାହାର ପଲା ଭାରି ରହିବ ତାକୁ ଦେଖିବା ପାଇଁ ଅପେକ୍ଷାରେ କ୍ରିକେଟ ପ୍ରେମୀ ।ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ ଲାଇନ୍-ଅପ୍। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ହେଉ କିମ୍ବା ଅନ୍ୟ କୌଣସି ମଇଦାନ, ଆରିସିବିର ବ୍ୟାଟରମାନେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି । ତେବେ ଡେଥ୍ ଓଭରରେ ବୋଲିଂ ଏବେ ମଧ୍ୟ ଆରସିବି ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ। ଯଦି ବୋଲରମାନେ ରନ୍ ରୋକିବାରେ ସଫଳ ହୁଅନ୍ତି, ତେବେ ଆରସିବିକୁ ହରାଇବା କଷ୍ଟକର ହେବ।

ଅନ୍ୟପଟେ, ସନରାଇଜର୍ସ ହାଇଦ୍ରାବାଦ ସବୁବେଳେ ନିଜର ଶାଣିତ ବୋଲିଂ ଏବଂ ବିସ୍ଫୋରକ ଓପନିଂ ପାଇଁ ଜଣାଶୁଣା ।  ମୋଟାମୋଟି ଭାବେ କହିବାକୁ ଗଲେ, ଆଜି ଏକ ହାଇ-ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। କେବଳ ସମୟ କହିବ କିଏ ମାରିବ ବାଜି, କିନ୍ତୁ କ୍ରିକେଟ ପ୍ରେମୀଙ୍କ ପାଇଁ ଏହା ଏକ ମନୋରଞ୍ଜନଭରା ସନ୍ଧ୍ୟା ହେବାକୁ ଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking