15.1 C
Bhubaneswar
Monday, January 19, 2026
Homeଦେଶ ବିଦେଶଖୋଲିଲା ଇସଲାମବାଦର ପୋଲ୍

ଖୋଲିଲା ଇସଲାମବାଦର ପୋଲ୍

ନୂଆଦିଲ୍ଲୀ : ଧରାପଡ଼ିଲା ପାକିସ୍ତାନର ଚାଲାକି। ଖୋଲିଲା ପାକ୍‌ର ପୋଲ୍‌। ଖୁଲମ ଖୁଲା ମିଛ କହୁଛି ପଡୋଶୀ ଦେଶ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଶରଣ ଦେଉଛି ପାକିସ୍ତାନ। ସାମ୍ନାକୁ ଆସିଲାମୁମ୍ବାଇ ଆଟାକ୍‌ର ମାଷ୍ଟରମାଇଣ୍ଡ୍ ଜକିଉରେହମାନ ଲଖୱିର ଭିଡିଓ। ଲଖୱି ପାକିସ୍ତାନରେ ଜିମ୍ କରୁଥିବା ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଲଖୱି ଡ୍ୟାନ୍ସ କ୍ଲାସରେ ଭାଗ ନେବା ସହ ଜିମ୍‌ରେ କସରତ କରୁଥିବା ଦେଖିବାକୁ ମିଳିଛି। ଲଖୱି ତାର ଲୁକ୍ ବଦଳାଇ ଦେଇଛି ବୋଲି ବହୁ ଗଣମାଧ୍ୟମ ରିପୋର୍ଟ ଦାବି କରୁଛନ୍ତି। ତେବେ ଏହି ଭାଇରାଲ୍ ଭିଡିଓରେ ସ୍ଥାନ ଏବଂ ତାରିଖ ବିଷୟରେ କିଛି ସ୍ପଷ୍ଟ ଲେଖାଯାଇ ନାହିଁ।

ଏହା ପୂର୍ବରୁ ଲଖୱିକୁ ଇସଲାମବାଦର ଏକ କୋର୍ଟ ପରିସରେ ଲାଗିଥିବା କ୍ୟାମେରାରେ ଚିହ୍ନଟ କରାଯାଇଥିଲା। ସେହି ସମୟରେ ସେ ଲମ୍ବା ଦାଢି ରଖିଥିବା ଦେଖିବାକୁ ମିଳିଥିଲା। ୨୦୦୮ ମୁମ୍ୱାଇ ଆକ୍ରମଣରେ ପ୍ରାୟ ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଜକିଉରେହମାନ ଲଖୱି ମାଷ୍ଟରମାଇଣ୍ଡ୍ ବୋଲି ଭାରତ ଏବଂ ଆମେରିକା ଅଭିଯୋଗ କରିଥିଲେ। ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଥିଲା। ହେଲେ ଆର୍ôଥକ ସଙ୍କଟ ଏବଂ ଏଫଏଟିଏଫ୍‌ର ଗ୍ରେ ଲିଷ୍ଟ କରିବା ପରେ ପାକିସ୍ତାନ ଲଖୱିକୁ ଜେଲ ପଠାଇବାକୁ ବାଧ୍ୟ ହୋଇଥିଲା। ଏହାବାଦ୍ ମଧ୍ୟ ଲଖୱିକୁ ବହୁ ଥର ପାକିସ୍ତାନର ସଡ଼କରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking