27.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶକୃଷକଙ୍କୁ ଅଟକାଇଲା ପୋଲିସ  

କୃଷକଙ୍କୁ ଅଟକାଇଲା ପୋଲିସ  

ନୂଆଦିଲ୍ଲୀ : ଶନିବାର ଦିନ ୧୦୧ କୃଷକ  ସର୍ୱନିମ୍ନ ସହାୟତା ମୂଲ୍ୟ  ପାଇଁ  ଆଇନଗତ ଗ୍ୟାରେଣ୍ଟି  ସମେତ ବିଭିନ୍ନ  ବିଭିନ୍ନ ଦାବି ନେଇ  ଶମ୍ଭୁ ସୀମାରୁ ଦିଲ୍ଲୀ  ଅଭିମୁଖେ ଯାତ୍ରା କରିଥିଲେ ।  ହେଲେ ବିରୋଧୀ ଚାଷୀମାନଙ୍କ  ଦିଲ୍ଲୀ ଚଲୋ ଯାତ୍ରାକୁ  ପଞ୍ଜାବ ହରିୟାଣା ସୀମାରେ ଅଟକାଇଛି ସୀମାରେ ନିୟୋଜିତ  ହୋଇଥିବା ପୋଲିସ ।  ପୁଲିସ ଅଟକାଇ  ସେମାନଙ୍କୁ କହିଛନ୍ତି   ଯଦି ଆପଣ ଦିଲ୍ଲୀ  ଯିବାକୁ ଚାହାଁନ୍ତି  ତେବେ ଆପଣହ୍‌କୁ ଉପଯୁକ୍ତ  ଅନୁମତି ମିଳିବା ଉଚିତ ।   ଅନୁମତି ମିଳିବା ପରେ ଆମେ ଆପଣଙ୍କୁ ଯିବାକୁ ଅନୁମତି ଦେବୁ। ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣିରେ ବୈଠକକୁ ସ୍ତଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ପାଇଁ ପରବର୍ତ୍ତୀ ତାରିଖ ଡିସେମ୍ବର ୧୮ ସ୍ଥିର କରାଯାଇଛି। ଆମେ ଆପଣଙ୍କୁ ନିବେଦନ କରୁଛୁ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ବସି ନିୟମ ପାଳନ କରନ୍ତୁ।’’ ଏହି ବିରୋଧ ପ୍ରଦର୍ଶନ ମଧ୍ୟରେ ଅମ୍ବାଲାର କିଛି ଅଂଶରେ ଡିସେମ୍ବର ୧୪ ତାରିଖ ସକାଳ ୬ଟାରୁ ଡିସେମ୍ବର ୧୭ ପର‌୍ୟ୍ୟନ୍ତ କିଛି ସ୍ଥାନରେ ଇଣ୍ଟର୍‌ନେଟ୍ ସେବାକୁ ସ୍ଥଗିତ ରଖାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking