37.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶଚାଷୀଙ୍କ ଉପରକୁ ଟିଅର ଗ୍ୟାସ କଲା ପୋଲିସ

ଚାଷୀଙ୍କ ଉପରକୁ ଟିଅର ଗ୍ୟାସ କଲା ପୋଲିସ

ନୂଆଦିଲ୍ଲୀ : ଏମଏସ୍‌ପି ଦାବି କରି ଦିଲ୍ଲୀ ଚାଲୋ ଡାକରା ଦେଇଥିବା ଚାଷୀଙ୍କ ଉପରେ ହୋଇଛି ଟିୟର ଗ୍ୟାସ ମାଡ଼। ଆଜି ଶତାଧିକ ଚାଷୀ ହରିୟାଣାର ଶମ୍ଭୁ ସୀମାରେ ଲାଗିଥିବା ବ୍ୟାରିକେଡ ଡେଇଁ ଆଗକୁ ବଢ଼ୁଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇବା ପାଇଁ ଲୁହ ବୁହା ଗ୍ୟାସ ମାଡ଼ କରିଛି। ଏହାକୁ ନେଇ ସୀମାନ୍ତରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ବିକ୍ଷୋଭକାରୀ ଚାଷୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଚାଷୀମାନେ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରିବା ସହ ଋଣ ଛାଡ଼ ଓ ବର୍ଦ୍ଧିତ ବଜୁଳି ଟାରିଫରୁ ସୁରକ୍ଷା ଦାବି କରି ଦିଲ୍ଲୀ ଚାଲୋ ଆନ୍ଦୋଳନର ଡାକରା ଦେଇଛନ୍ତି। ସେମାନେ ସଂସଦ ନିକଟରେ ପହଞ୍ଚି ବିକ୍ଷୋଭ କରିବାକୁ ଚାହୁଁଥିବା ବେଳେ ଆଜି ପୁଲିସ୍ ସେମାନଙ୍କୁ ହରିୟାଣା-ପଞ୍ଜାବ ସୀମାନ୍ତ ଶମ୍ଭୁ ବର୍ଡରରେ ଅଟକାଇଛି। ତଥାପି ସେମାନେ ଆଗକୁ ବଢ଼ିବାରୁ ପୁଲିସ୍ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। ଏଥିରେ କିଛି ଚାଷୀ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରୁଥିବା ବେଳେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପ୍ରଥମେ ‘ମୋଦି ଗ୍ୟାରେଣ୍ଟୀ’ କଥା କହିଥିଲେ। ହେଲେ ଅପରାହ୍ନ ବେଳକୁ ସରକାରଙ୍କ ସ୍ୱର ବଦଳିଛି। କେନ୍ଦ୍ର ପକ୍ଷରୁ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆଲୋଚନା ପାଇଁ ଡକାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking