28.1 C
Bhubaneswar
Saturday, March 28, 2026
Homeଅପରାଧଖଜା ବେପାରୀ ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଖଜା ବେପାରୀ ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୁରୀ: ଖଜା ବେପାରୀ ହତ୍ୟା ମାମଲାରେ ପୁରୀ ପୋଲିସର ବଡ ସଫଳତା। ଦୁଇ ଦିନ ଭିତରେ ଏହି ହତ୍ୟାକାଣ୍ଡ ରେ ଥିବା ୫ ଜଣ ଅଭିଯୁକ୍ତ କୁ ଧରିଲା ଟାଉନ ଥାନା ପୋଲିସ। ମିଳିଥିବା ସୂଚନା ମୁତାବକ, ଗତ ୮ ତାରିଖ ରାତିରେ ଖଜା ବେପାରୀ ଦିନେଶ ଖୁଣ୍ଟିଆ ଘରକୁ ଫେରୁଥିବା ବେଳେ ରାଧାଗୋବିନ୍ଦ ଲେନ ଛକ ଠାରେ ଏହି ଯୁବକ ମାନେ ଆକ୍ରମଣ କରିଥିଲେ। ସେଠାରେ ସେମାନେ ଦିନେଶ ଙ୍କୁ ତଳେ ପକାଇ ଛୁରୀ ଓ କଟୁରୀ ସାହାଯ୍ୟରେ ତାଙ୍କ ବେକ ଓ ପେଟ କୁ ବାର ବାର ଆଘାତ କରିଥିଲେ। ଘଟଣା ସ୍ଥଳରେ ଦିନେଶ ଚିତ୍କାର କରୁଥିଲେ ମଧ୍ୟ କେହି ଶୁଣିନଥିଲେ।

ତେବେ ସେହି ସମୟରେ ଜଣେ ଅଭିଯୁକ୍ତ ଦିନେଶଙ୍କ ବଡଭାଇ ରାକେଶ ଙ୍କୁ ଫୋନ କରି ଛୋଟ ଭାଇ ର ଚିତ୍କାର ଶୁଣାଉ ଥିଲେ। ରାକେଶ ଦିନେଶ ର ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚିଥିଲେ। ସେଠାରେ ଅଭିଯୁକ୍ତ ମାନେ ରାକେଶ ଆସୁଥିବା ଦେଖି ସେଠାରୁ ଦୌଡ଼ି ପଳାଇଥିଲେ। ପରେ ସେ ଦିନେଶଙ୍କୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆଜି ଟାଉନ ଥାନା ପୋଲିସ ୫ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି। ଧରା ହୋଇଥିବା ଅଭିଯୁକ୍ତ ମାନେ ହେଲେ ରୁଦ୍ରନାରାୟଣ ସାହୁ, ପ୍ରଦୀପ୍ତ ସାହୁ, କୁଲଦୀପ ବାନାର୍ଜୀ, ରୁପେନ୍ଦ୍ର ଜେନା, ଓ ଅନ୍ୟ ଜଣେ ନାବାଳକ। ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟେ ଲୁହା ଭୁଜାଲି ଓ ଗୋଟେ ଲୁହା ଛୁରୀ ଜବତ କରି କୋର୍ଟ ଚାଲାଣ କରିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking