25.1 C
Bhubaneswar
Friday, March 6, 2026
Homeଓଡିଶାବ୍ୟାସ କବି ଫକିର ମୋହନ ସେନାପତି ଓଡ଼ିଆ ଭାଷା ସାହିତ୍ୟର ଯୁଗାନ୍ତ ପୁରୁଷ 

ବ୍ୟାସ କବି ଫକିର ମୋହନ ସେନାପତି ଓଡ଼ିଆ ଭାଷା ସାହିତ୍ୟର ଯୁଗାନ୍ତ ପୁରୁଷ 

ଯାଜପୁର: ଯାଜପୁର ଜିଲ୍ଲା ର କୋରାଇ ବ୍ଲକ୍ ଅନ୍ତ୍ର ଗ୍ରତହଲଦିଗଡିଆ ମଫକୀର ମୋହନ ସେବା ସମିତି ପକ୍ଷରୁ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଚି l ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି , ଫକୀର ମୋହନ ସେନାପତି ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା ଥିଲେ ସେତେ ବେଳେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ବିପଦ ଘନେଇ ଆସିଥିଲା ବଙ୍ଗାଳି ମାନେ ମାନେ ଓଡ଼ିଆ ଭାଷା କୁ ଲୋପ କରିବା ପାଇଁ ପ୍ରୟାସ ଚଳାଇ ଥିଲା ବେଳେ ଫକିର ମୋହନ ସେନାପତି ଓଡ଼ିଆ ଭାଷା ସାହିତ୍ୟ କୁ ବଞ୍ଚାଇ ରଖିବାପାଇଁ ତାଙ୍କର ଉଦ୍ୟମ ସଫଳ ହୋଇ ଥିଲା ସେ ଓଡ଼ିଆ ସାହିତ୍ୟ ର ବ୍ୟାସଦେବ ଥିଲେ ଛ ମାଣ ଆଠଗୁଣ୍ଠ ପରି ବହୂ ଗଳ୍ପ କବିତା ଓଡ଼ିଆ ସାହିତ୍ୟ କୁ ରୁଦ୍ଧି ମନ୍ତ କରୁଚି ସାହିତ୍ୟ,୧୮୬୮ରେ ବୋଧଦାୟିନୀରେ ଫକୀର ଙ୍କ ପ୍ରଥମ ଗଳ୍ପ ଲଛମନିଆ ପ୍ରକାଶିତ ହୋଇଥିଲା ସେ ଓଡ଼ିଆ ଗଳ୍ପର ଆଦି ସ୍ରଷ୍ଟା ଓ କଥା ସମ୍ରାଟ ଭାବେ ବେଶ ପରିଚିତ ଥିଲେ ,ଆଜି ଏହି ପବିତ୍ର ମହୋତ୍ସବ କୋରେଇ ବ୍ଲକ ସ୍ଥିତ ହଳଦି ଗଡ଼ିଆ ଗ୍ରାମର ଅର୍ଜୁନ ନଗର ଦାସ ଙ୍କ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ସେବା ସମିତି ର ପ୍ରତିଷ୍ଠାତା ହରେକୃଷ୍ଣ ଦାସ ସଭା ପରିଚାଳନା କରିଥିବା ବେଳେ ସଭାପତି ପ୍ରଭାତ କୁମାର ସିହ୍ନା ,ମୁଖ୍ୟ ବକ୍ତା ହୃଷିକେଶ ବେହେରା, ମୁଖ୍ୟ ଅତିଥି ସଚିତାନନ୍ଦ ଗୁରୁ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଆଜିର ଏହି ଉତ୍ସବ ରେ ୪ ଜଣ ପ୍ରତିଭା ଧାରୀ ବ୍ୟକ୍ତି ଅର୍ଜ୍ଜୁନ ଚରଣ ବେହେରା , କାହ୍ନୁ ଚରଣ ନାଥ ,ଅଶ୍ୱିନୀ କୁମାର ଦାସ ,ଗୋକୁଳାନନ୍ଦ ସାହୁ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଉତ୍ସବ ରେ ଯୋଗଦେଇଥିଲେ ବିବେକାନନ୍ଦ ଦାସ ,ରଙ୍ଗାଧର କାଣ୍ଡି ,ରମାକାନ୍ତ ସାହୁ ,ପବିର ଚନ୍ଦ୍ର ପଲେଇ, ନବଘନ ସ୍ୱାଇଁ ,ଇନ୍ଦ୍ରମଣି ମହାକୁଡ଼ ,ହୃଷିକେଶ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking