29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶପର୍ଯ୍ୟଟନ ଶିଳ୍ପର ଦୁଃଖଦ କାହାଣୀ ପାଲଟିଛି ‘ପ୍ଲେଜର ମ୍ୟାରେଜ’

ପର୍ଯ୍ୟଟନ ଶିଳ୍ପର ଦୁଃଖଦ କାହାଣୀ ପାଲଟିଛି ‘ପ୍ଲେଜର ମ୍ୟାରେଜ’

ଜାକର୍ତ୍ତା: ଇଣ୍ଡୋନେସିଆ ପର୍ଯ୍ୟଟନ ଶିଳ୍ପରେ ‘ପ୍ଲେଜର ମ୍ୟାରେଜ’ ଏକ ଦୁଃଖଦ କାହାଣୀ ପାଲଟିଛି । ପର୍ଯ୍ୟଟକମାନେ କିଛି ଦିନ ପାଇଁ ‘ପ୍ଲେଜର ମ୍ୟାରେଜ’ ଚୁକ୍ତି ଅନୁସାରେ ପତ୍ନୀ ପାଇଥାନ୍ତି । ପର୍ଯ୍ୟଟକ ଦେଶ ଛାଡ଼ି ଯିବା ସମୟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥାନ୍ତି । ଦେଶକୁ ଆସୁଥିବା ପର୍ଯ୍ୟଟକ ଗାଇଡ୍ ଖୋଜିବା ବଦଳରେ ପତ୍ନୀ ଖୋଜି ବସୁଛନ୍ତି । ଗରୀବ ଯୁବତୀଙ୍କୁ ଦେଶର ପର୍ଯ୍ୟଟନ ଶିଳ୍ପ ଆଇନ ଅନ୍ତର୍ଗତ ପର୍ଯ୍ୟଟକ ‘ପ୍ଲେଜର ମ୍ୟାରେଜ’ କରୁଛନ୍ତି । ସମ୍ପୃକ୍ତ ଯୁବତୀ ସାଧାରଣ ପତ୍ନୀ ଭଳି ପର୍ଯ୍ୟଟକଙ୍କର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି । ପର୍ଯ୍ୟଟକମାନେ ନିଜ ପସନ୍ଦର ମହିଳାଙ୍କୁ କିଛି ଦିନ ପାଇଁ ନିଜ ପତ୍ନୀ ଭାବରେ ରଖୁଛନ୍ତି ଏବଂ ଯାତ୍ରା ଶେଷ ହେବା ପରେ ତାଙ୍କୁ ଛାଡପତ୍ର ଦେଉଛନ୍ତି । ଇଣ୍ଡୋନେସିଆରେ ପର୍ଯ୍ୟଟନ ଶିଳ୍ପର ବିକାଶ ‘ପ୍ଲେଜର ମ୍ୟାରେଜ’ ପାଇଁ ହୋଇ ପାରିଛି । ଇଣ୍ଡୋନେସିଆ ସହିତ ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କରେ ମଧ୍ୟ ‘ପ୍ଲେଜର ମ୍ୟାରେଜ’ର ପ୍ରାଦୁର୍ଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷ କରି ଇଣ୍ଡୋନେସିଆରେ ଏହା ବହୁତ ଦେଖାଯାଉଛି ।

ଲସ୍ ଆଞ୍ଜେଲସ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ‘ପ୍ଲେଜର ମ୍ୟାରେଜ’ ଏକ ବଡ଼ ଶିଳ୍ପରେ ପରିଣତ ହୋଇଛି । ଅନେକ ମହିଳା ନିଜର ରୋଜଗାର ପାଇଁ ‘ପ୍ଲେଜର ମ୍ୟାରେଜର ଏକ ଅଂଶ ହେଉଛନ୍ତି । ଏହା ଇଣ୍ଡୋନେସିଆର ପର୍ଯ୍ୟଟନ ଶିଳ୍ପ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ବିକଶିତ କରୁଛି । ଇଣ୍ଡୋନେସିଆରେ ‘ପ୍ଲେଜର ମ୍ୟାରେଜ’ ଏକ ପେଶାରେ ପରିଣତ ହୋଇଛି । ବିଶେଷକରି ଗ୍ରାମରେ ରହୁଥିବା ଗରୀବ ମହିଳାମାନେ ଏହାର ଏକ ଅଂଶ ହେଉଛନ୍ତି । ଆର୍ôଥକ ସ୍ଥିତିରେ ସୁଧାର ପାଇଁ କିଛି ମହିଳାଙ୍କ ପରିବାର ସଦସ୍ୟ ସେମାନଙ୍କୁ ‘ପ୍ଲେଜର ମ୍ୟାରେଜ’ କରିବାକୁ ଚାପ ପକାଉଥିବାବେଳେ କିଛି ମହିଳା ଟଙ୍କା ରୋଜଗାର କରିବା ପାଇଁ ନିଜ ଇଚ୍ଛାରେ ଏହି ପେଶା ଗ୍ରହଣ କରୁଛନ୍ତି । ରିଅଲ୍ ଇଷ୍ଟେଟ୍ ଇଣ୍ଡଷ୍ଟ୍ରି ପରି ଏଠାରେ ମଧ୍ୟ ଦଲାଲ ଅଛନ୍ତି, ଯେଉଁମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଚାହିଦା ଅନୁଯାୟୀ ପରିଚିତ କରାନ୍ତି ଏବଂ ଦୁହେଁ ବିବାହ କରନ୍ତି । ପର୍ଯ୍ୟଟକମାନେ ସେମାନଙ୍କର ବିଳାସ ପାଇଁ ‘ପ୍ଲେଜର ମ୍ୟାରେଜ’ କରୁଛନ୍ତି ଏବଂ ଯାତ୍ରା ଶେଷ ହେବା ପରେ ମହିଳାଙ୍କୁ ଛାଡପତ୍ର ଦେଉଛନ୍ତି । ଦେଶରେ ବହୁ ମହିଳା ୨୦ରୁ ଅଧିକ ଥର ଭିନ୍ନ ଭିନ୍ନ ପର୍ଯ୍ୟଟକଙ୍କୁ ବିବାହ କରିସାରିଛନ୍ତି । ଏଥି ପାଇଁ ସମ୍ପୃକ୍ତ ମହିଳାଙ୍କୁ ୫୦୦ ଡଲାର ପର୍ଯ୍ୟନ୍ତ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking