25.1 C
Bhubaneswar
Thursday, February 12, 2026
Homeଓଡିଶାରଙ୍ଗ ସଙ୍ଗମର ତୃତୀୟ ସନ୍ଧ୍ୟାରେ ନାଟକ "ଚିତ୍ର ପ୍ରତିମା" ମଞ୍ଚସ୍ଥ

ରଙ୍ଗ ସଙ୍ଗମର ତୃତୀୟ ସନ୍ଧ୍ୟାରେ ନାଟକ “ଚିତ୍ର ପ୍ରତିମା” ମଞ୍ଚସ୍ଥ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମର ଆଜି ତୃତୀୟ ସନ୍ଧ୍ୟାରେ ନାଟକ “ଚିତ୍ର ପ୍ରତିମା” ମଞ୍ଚସ୍ଥ ହୋଇଛି। ନାଟ୍ୟକାର ଗୌରହରି ଦାସଙ୍କ ରଚିତ ଏହି ନାଟକକୁ ଦେଖିବା ପାଇଁ ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ଆଜି ଦର୍ଶକମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା। କୌଣସି ମଣିଷ ଦୋଷଶୂନ୍ୟ ନୁହେଁ କିମ୍ବା ପରିପୂର୍ଣ୍ଣ ନୁହେଁ। ନିଜର ସାଧାରଣ ଗୁଣ ଏବଂ ସୁସମ୍ପର୍କକୁ ନେଇ ସେ ନିଜର ସଂସାର ଗଢ଼ିଥାଏ। ମଣିଷ ଗୋଟେ ଚିତ୍ର ପ୍ରତିମା ପରି। ଉପରଟା ଖୁବ ସୁନ୍ଦର କିନ୍ତୁ ତାର ମନ ଭିତରେ ରହିଥାଏ ଅନେକ ପ୍ରଶ୍ନ, ଆଶା, ଆକାକ୍ଷାଂ ଓ ଉଦ୍ଦୀପନା।

ଅନ୍ଧାର ଆଲୁଅରେ ଲୁଚକାଳିରେ ଆମ ସମାଜର ସାଧାରଣ ମଣିଷର ସାଂସାରିକ ଜୀବନକୁ ନେଇ ରଚିତ ଏହି ନାଟକ ଚିତ୍ର ପ୍ରତିମା ଆଜି ସମସ୍ତ ଦର୍ଶକମାନଙ୍କ ମନ ମୋହିବାରେ ସଫଳ ହୋଇପାରିଛି। ନିର୍ଦ୍ଦେଶକ ଶ୍ରୀ ପବିତ୍ର ମହାନ୍ତି ଆଜିର ନାଟକର ନିର୍ଦ୍ଦେଶନା ଦେଇଥିଲେ। ଭୁବନେଶ୍ୱରର ବାଗଦେବୀ ଲିଟରେଚର ଟ୍ରଷ୍ଟର କଳାକାରମାନେ ମଞ୍ଚରେ ବିଭିନ୍ନ ଚରିତ୍ରକୁ ନିଜ ଅଭିନୟ ମାଧ୍ୟମରେ ଜୀବନ୍ତ କରି ଗଢ଼ିତୋଳିଥିଲେ। ପ୍ରକାଶଯୋଗ୍ୟ ଯେ, ଫେବୃଆରୀ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ “ରଙ୍ଗ ସଙ୍ଗମ”ର ଆୟୋଜନ କରାଯାଉଛି । ଓଡ଼ିଶାର କାଳଜୟୀ ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଅସ୍ମିତା ଉପରେ ପର୍ଯ୍ୟବେସିତ ଏହି ନାଟକ ସମୂହ ଦର୍ଶକମାନଙ୍କ ମନ ଜିଣିବାରେ ସଫଳ ହୋଇପାରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking